ଦୁର୍ଘଟଣା ରୋକିବାକୁ ରେଳ ବିଭାଗର ଆନ୍ତରିକତା ନାହିଁ : ହେମନ୍ତ ପଣ୍ଡା
ବଲାଙ୍ଗିର, (କେପିଏନ୍ଏସ୍) : ବିଗତ ୨୦ ବର୍ଷ ମଧ୍ୟରେ ଘଟିଥିବା ରେଳ ଦୁର୍ଘଟଣା ଗୁଡିକର ତଥ୍ୟ ଏଣେତେଣେ ରହିଛି । ଦୁର୍ଘଟଣା ଗୁଡିକ ବିଭିନ୍ନ ରେଳ ଜୋନରେ ଘଟିଥିବା କାରଣରୁ ଦୁର୍ଘଟଣା ଗୁଡିକ ବିଷୟରେ ତଥ୍ୟ ପାଇଁ ସମସ୍ତ ରେଳ ଜୋନକୁ ଆବେଦନକାରୀ ଆବେଦନ କରିପାରିବେ ବୋଲି ରେଳ ବିଭାଗର କେନ୍ଦ୍ରୀୟ ସୂଚନା ଆଧିକାରୀ ପ୍ରଦାନ କରିଥିବା ତଥ୍ୟକୁ ସଠିକ ବୋଲି ରେଳ ବିଭାଗର ଆପିଲେଟ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ନିଦେ୍ର୍ଦ୍ଦଶକ ଏସ୍ଏନ୍ ଯୋଶୀ ବଲାଙ୍ଗିରର ବିଶିଷ୍ଟ ସୂଚନା କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ପତ୍ର ସଂଖ୍ୟା ଏମ୍ଓଆର୍ଏଲ୍ଓ୍ୟାଇ/ଏ/ଇ/୨୩/୦୦୬୭୪ ଯୋଗେ ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ବିଗତ ୨୦ ବର୍ଷ ମଧ୍ୟରେ ଘଟିଥିବା ରେଳ ଦୁର୍ଘଟଣା ସଂଖ୍ୟା ଓ କାରଣ ସହ ରେଳ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସୂଚନା କର୍ମୀ ପଣ୍ଡା ରେଳ ବିଭାଗର ମୁଖ୍ୟ ଦପ୍ତର ରେଲୱେ ବୋର୍ଡକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । କିନ୍ତୁ ଦୁର୍ଘଟଣାକୁ ନେଇ ରେଳ ବିଭାଗର ମୁଖ୍ୟ ଦପ୍ତରର ଏଭଳି ସୂଚନାକୁ ଦେଖି ପଣ୍ଡା ତାଜୁବ ହୋଇ ଯାଇଥିବା କହିଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ହୋଇଥିବା ବେଳେ ରେଳ ବିଭାଗର ମୁଖ୍ୟ ଦପ୍ତରରେ ଦୁର୍ଘଟଣା ସଂକ୍ରାନ୍ତୀୟ ସମସ୍ତ ତଥ୍ୟକୁ ସାଇତି ରଖା ନଯିବା ଦୁର୍ଘଟଣା ପ୍ରତି ରେଳ ବିଭାଗର କେତେ ସମ୍ବେଦନଶୀଳତା ରହିଛି ଏହା ସ୍ପଷ୍ଟ ବୋଲି ପଣ୍ଡା କହିଛନ୍ତି । ରେଳ ସୁରକ୍ଷା ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଥିବା କଥା ତଥ୍ୟରେ କୁହାଯାଇଛି । ସମଗ୍ର ଦେଶର ୩୧ ମଇ ୨୦୨୩ ପର୍ୟ୍ୟନ୍ତ ୬୩୭୭ ଷ୍ଟେସନକୁ ଇଲେକ୍ଟ୍ରିକାଲ ଇରଲକିଙ୍ଗ ସିଷ୍ଟମ ପ୍ରଦାନ କରାଯାଇଛି । ଏହି ପ୍ରଣାଳୀ ରେଳ ଗାଡି ମାନଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । କବଚ ପଣାଳୀ କେବଳ ଦକ୍ଷିଣ କେନ୍ଦ୍ର ରେଳର ୧୪୬୫ କିମି ରାସ୍ତା ଏବଂ ୧୨୧ଟି ରେଳ ଇଞିନରେ କାର୍ଯ୍ୟ କରୁଛି । ରେଳ ଲାଇନ ଉପରେ ରହିଥିବା ରେଳ ଗାଡିର ସୂଚନା ପାଇଁ ୬୩୭୭ ଷ୍ଟେସନ ମାନଙ୍କର ଟ୍ରାକ ସାର୍କିଟିଙ୍ଗ ବ୍ୟବସ୍ଥା କରାଯାଇଛି । ରେଳ ସୁରକ୍ଷା ପାଇଁ ଏଭଳି ଅନେକ ପ୍ରକାର ପଦକ୍ଷେପ ନିଆଯାଇ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ରେଳ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ହୋଇ ନାହିଁ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି । ବ୍ଲକ ପ୍ରୁଭିଙ୍ଗ ଏକ୍ସେଲ କାଉର, ଅଟୋମେଟିକ ବ୍ଲକ ସିଗନାଲିଙ୍ଗ ବା ଏବିଏସ ଇତ୍ୟାଦି ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ରେଳ ସୁରକ୍ଷାକୁ ନିଶ୍ଚିତ କରାଯାଇ ପାରି ନାହିଁ । ରେଳ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ବିଭାଗର ଆନ୍ତରିକତା ଓ ସମ୍ବଦନଶୀଳତାକୁ ନେଇ ପଣ୍ଡା ପ୍ରଶ୍ନ କରିବା ସଙ୍ଗେ ଉରଦାୟୀତ୍ୱହୀନତା ରହିଥିବା କଥା ମଧ୍ୟ ସେ କହିଛନ୍ତି ।