ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଳା କରଞ୍ଜିଆରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଜମିବାଡି ବାବଦକୁ ନେଇ ହଣାକଟା ହୋଇଥିବା ଜଣାପଡିଛି । କରଞ୍ଜିଆ ଥାନା କିଆ ଗାଁରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏକ ପରିବାରେ ଜମିବାଡି ବାବଦକୁ ନେଇ କକା ଓ ପୁତୁରା ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । କଳହ ଧିରେ ଧିରେ ବଢି ଉଗ୍ରରୂପ ଧାରଣ କରିଥିଲା । ପୁତୁରା ସୁରେନ୍ଦ୍ରନାଥ ମହାନ୍ତ ଉତ୍କ୍ଷୀପ୍ତ ହୋଇ ତାଙ୍କ କକା ଅକ୍ଷୟ କୁମାର ମହାନ୍ତଙ୍କୁ ଧାରୁଆ ଅସ୍ତ୍ରରେ ହାଣିଥିଲେ । ଗ୍ରାମବାସୀ ଅକ୍ଷୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି । ଅଭିଯୁକ୍ତ ପୁତୁରାକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି ।