centurian jitm

ଭୁନ୍ଦୁପାଲି ଗ୍ରାମରେ ବାପାକୁ ହତ୍ୟା କଲା ପୁଅ

nschool

ଜାମଗାଁ : ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଅତାବିରା ଗ୍ରାମ ପଞ୍ଚାୟତ ସ୍ଥିତ ଭୁନ୍ଦୁପାଲି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ନିଜ ଜନ୍ମିତ ବାପାଙ୍କୁ ବଡ଼ପୁଅ ହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବୁଧବାର ପ୍ରାୟ ଦିନ ୨ଟା ସମୟରେ ଭୁନ୍ଦୁପାଲି ଗ୍ରାମର ପ୍ରେମଦାସ କଁଅର(୫୫) ନିଜ ଘରେ ବସିଥିବା ବେଳେ ତାଙ୍କ ବଡ଼ପୁଅ ନୃପଲାଲ କଁଅର ଆସି ହଠାତ୍‌ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ପ୍ରେମଦାସ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ରେଙ୍ଗାଲି ପୁଲିସ ସୂତ୍ରରୁ ଜଣାପଡ଼ିଛି । ଏ ସମ୍ପର୍କରେ ଖବର ପାଇ ରେଙ୍ଗାଲି ଥାନା ଅଧିକାରୀ କ୍ରେସେନସିଆ ସାମେରିଆ ସଦଳବଳେ ଘଟଣା ସ୍ଥଳେ ପହଞ୍ଚି ନୃପଲାଲଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କ୍ରେସେନସିଆ ସାମେରିଆ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.