ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଥିଲେ ପତ୍ନୀ : ୧୦ ବର୍ଷ ପରେ ଧରା ପଡ଼ିଲେ

ନୂଆଦିଲ୍ଲୀ : ଦିଲ୍ଲୀ ନିବାସୀ ରବିଙ୍କ ୨୨ ମାର୍ଚ୍ଚ ୨୦୧୧ରେ କାପସହେଡ଼ା ଠାରେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ପରଠାରୁ ରବିଙ୍କ ପତ୍ନୀ ଫେରାର୍‌ ଥିଲେ । ଏହି ସମୟ ମଧ୍ୟରେ ସଂପୃକ୍ତ ଅଭିଯୁକ୍ତ ପତ୍ନୀ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଲୁଚି ରହୁଥିଲେ । କିନ୍ତୁ ଏବେ ୧୦ ବର୍ଷ ପରେ ଦିଲ୍ଲୀ ପୁଲିସର କ୍ରାଇମ୍‌ ବ୍ରାଂଚ ଅଭିଯୁକ୍ତ ପତ୍ନୀଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ଏଠାରେ ସୂଚନାଯୋଗ୍ୟ ଯେ, ଫେରାର୍‌ ପତ୍ନୀଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ପୋଲିସ ତାଙ୍କୁ ରାଜସ୍ଥାନର ଅଲ୍‌ୱର୍‌ରୁ ଗିରଫ୍‌ କରିଛି । ପତ୍ନୀ ସକୁନ୍ତଳା ପ୍ରେମିକ କମଲ୍‌ ସହ ମିଶି ରବିଙ୍କ ହତ୍ୟା କରିଥିବା ବେଳେ କମଲ୍‌କୁ ପୋଲିସ ୨୦୧୮ରେ ଗିରଫ୍‌ କରିବାରେ ସଫଳ ହୋଇଥିଲା । ତେବେ କୌଣସି ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ସକୁନ୍ତଳାଙ୍କୁ ରାଜସ୍ଥାନର ଅଲ୍‌ୱର୍‌ରୁ ଗିରଫ୍‌ କରିଛି । ଦୀର୍ଘ ୧୦ ବର୍ଷ ପରେ ସ୍ୱାମୀ ହତ୍ୟାକାରିଣୀ ପତ୍ନୀ ପୋଲିସ ହାତରେ ଧରାପଡ଼ିଥିବା ବେଳେ ଏହି ଘଟଣା ଅଂଚଳରେ ଚହଳ ସୃଷ୍ଟି କରିଛି ।

Leave A Reply

Your email address will not be published.