oum

ବିଳମ୍ବିତ ରାତିରେ ହାତୀ ଆକ୍ରମଣ : ଜଣେ ମୃତ, ଜଣେ ଗୁରୁତର

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ଗୁରୁବାର ବିଳମ୍ବିତ ରାତିରେ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ ଓ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ବନାଞ୍ଚଳରେ ଗତ କିଛି ଦିନ ହେଲା ହାତୀର ଆତଙ୍କ ହେଉଛି । ଗତ ରାତି ପ୍ରାୟ ୧୦ଟା ବେଳକୁ ବ୍ରାହ୍ମଣୀ ଗାଁର କମାରପଡ଼ାକୁ ପଶିଥିଲା ଓ ୩ ବଖରା ଘର ଧ୍ୱଂସ କରି ଦେବା ସହ ଘରୁ ଟେକି ନେଇ ମାରିଦେଇ ଫିଙ୍ଗି ଦେଇଥିବା ଲୋକେ ଦେଖି ହରିଶଙ୍କର ରେଞ୍ଜର ଶ୍ରୀବତ୍ସ କୁମରାକୁ ଜଣାଇଥିଲେ । ରେଞ୍ଜରଙ୍କ ନିର୍ଦ୍ଦେଶନାରେ ହରିଶଙ୍କର ଫରେଷ୍ଟର ପ୍ରିୟବ୍ରତ ମହାକୁର ଓ ଫରେଷ୍ଟ ଗାର୍ଡ ମହେନ୍ଦ୍ର କାଲସାଏ ସହ ବନ ବିଭାଗ କର୍ମଚାରୀମାନେ ଗାଁକୁ ଆସି ହାତୀକୁ ଭଗାଇବା ପାଇଁ ଚେଷ୍ଟା କରିଥିଲେ ଏବଂ ଗ୍ରାମବାସୀଙ୍କୁ ମାଇକ ଯୋଗେ ସତର୍କର ଆହ୍ବାନ ଦେଇଥିଲେ । ରାତିସାରା ଫରେଷ୍ଟର ପ୍ରିୟବ୍ରତ ମହାକୁର ସମେତ ବନ କର୍ମଚାରୀମାନେ ଜଗି ରହିଥିଲେ । ଶୁକ୍ରବାର ଦିନ ଭୋର ସକାଳ ୫ଟା୩୦ରେ ଗାଁର ଜଣେ ଯୁବକ ଶୌଚ ପାଇଁ ନାଳ ଅତିକ୍ରମ କରି ଯାଇଥିଲା ଓ ସେହି ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିବାରୁ ସେ ଗୁରୁତର ଆହତ ହୋଇ ପଡିରହିଥିଲେ । ଗାଁ ଲୋକ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଦେଖିଥିଲେ ତା’ପରେ ଗ୍ରାମର ଶତାଧିକ ଲୋକଙ୍କ ସମେତ ଭାନପୁର ପଞ୍ଚାୟତ ସରପଞ୍ଚ ତ୍ରିନାଥ ବାରିକ ଯାଇ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଲମ୍ବିତ ରାତିରେ ଖପ୍ରାଖୋଲ ପୋଲିସକୁ ଏ ବିଷୟରେ ଅବଗତ କରାଯାଇଥିଲା । ଆଜି ସକାଳ ୭:୩୦ ହରିଶଙ୍କର ଫାଣ୍ଡି ଅଧିକାରୀ ସାୱନ କେରକେଟା ନିଜ ଟିମ୍ ସହ ପହଞ୍ଚି ଗୁରୁତର ଆହତ ଯୁବକକୁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଇ ଦେଇଥିବା ସୂଚନା ମିଳିଛି । ଏବଂ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ଡାକ୍ତରଖାନାକୁ ପଠାଯାଇଛି । ମୃତକ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.