oom

ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

jsmm

ସୋନପୁର/ତରଭା : ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ ବ୍ୟକ୍ତି ଜଣକ ବ୍ରାହ୍ମଣୀ ଗାଁର ଯଦୁନାଥ ସୁନା (୭୦) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ହାତୀଟି ଯଦୁନାଥଙ୍କ ଡାହାଣ ଗୋଡ଼କୁ ଦଳି ଦେଇଥିଲା । ବନକର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ଡିଏଫ୍‌ଓ ମଦନଲାଲ ଶର୍ମା, ସୋନପୁର ରେଞ୍ଜ ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର, କୁମ୍ଭାରମୁଣ୍ଡା ବନପାଳ ଦୀନେଶ ମାଝି, ସୋନପୁର ବନପାଳ ଭକ୍ତବନ୍ଧୁ ମିଶ୍ର ପ୍ରମୁଖ ବ୍ରାହ୍ମଣୀ ଗ୍ରାମରେ ପହଞ୍ଚି ଯଦୁନାଥଙ୍କ ପତ୍ନୀ ଉଷାଙ୍କୁ ୬୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିଲେ । ଆବଶ୍ୟକ କାଗଜପତ୍ର ଦେବା ପରେ ଅବଶିଷ୍ଟ ରାଶି ପ୍ରଦାନ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ସେହିପରି ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସରପଞ୍ଚ କୁଶଳେଶ୍ୱର ପାଣ୍ଡେ ଏବଂ ପିଇଓ ସୁନୀଲ ସାହୁ ପ୍ରଦାନ କରିଛନ୍ତି । ସେହିପରି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ୧୦ ହଜାର ଟଙ୍କା ତରଭା ବ୍ଲକ୍‌ ଅଧ୍ୟକ୍ଷ ସରୋଜ କମ୍ପ ଯଦୁନାଥଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.