oum

ରାସ୍ତା ମରାମତି ନାମରେ ହରିଲୁଟ ଅଭିଯୋଗ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ଠାରୁ ଝାରବନ୍ଦ ପର୍ୟ୍ୟନ୍ତ ୧୭ କିଲୋମିଟର ପିଡବ୍ଲୁଡି ରାସ୍ତାର ଦୂରତା । ଏହି ରାସ୍ତାର ମଝିରେ ସ୍ଥାନେ ସ୍ଥାନେ ଅତ୍ୟଧିକ ଭାରି ଯାନ ଚଳାଚଳ ହେତୁ ଦୁର୍ବଳ ହୋଇ ଗେଟି ଉପୁଡିବାରେ ଲାଗିଛି । ଫଳରେ ରାସ୍ତାରେ ଖାଲଢିପ ସୃଷ୍ଟି ହେଉଅଛି । ଏହି ଖାଲଢିପ ହେତୁ ଦ୍ରୁତଗତିରେ ଯାନବାହାନ ଯାତାୟାତ କରୁଥିବାରୁ ଛୋଟ ବଡ ଦୁର୍ଘଟଣା ହେବାର ଆଶଙ୍କା ମଧ୍ୟ କରାଯାଉଛି । ରାସ୍ତାର ମରାମତି ସକାଶେ ପ୍ରଶାସନ ତରଫରୁ ବର୍ଷାନୁ ବର୍ଷ ଟଙ୍କା ମଞ୍ଜୁର ହୋଉଛି । ହେଲେ ଦୁଃଖର କଥା ସରକାରୀ ପଇସାକୁ ଠିକ୍ ଭାବରେ ବିନିଯୋଗ ନକରି ନାମକୁ ମାତ୍ର ଅଳ୍ପ ଅଳ୍ପ ଗେଟି ବିଛାଇ ଦେଇ ଠିକାଦାର ଓ ଅଫିସର ସଲାସୁତୁରା କରିବାରେ ଲାଗିଛନ୍ତି । ଫଳରେ ନିମ୍ନ ମାନର କାମ ଯୋଗୁଁ ପ୍ରତି ବର୍ଷ ମରାମତି ପାଇଁ ସରକାରଙ୍କ ରାଜକୋଷରୁ ଟଙ୍କା ବ୍ୟୟ ହେଉଛି । ତେଣୁ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଦୃଷ୍ଟି ଦେବାକୁ ସାଧାରଣ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.