ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ସ୍ଥିତ ଚିପଟାଇପ ମାର୍କେଟ ଆନୁକୂଲ୍ୟରେ ହରି ହର ଭେଟ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି । ପୁରୁଣା ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରି ସେକ୍ଟର ୩ସ୍ଥିତ ରାମ ମନ୍ଦିରରୁ ହରି ଏକ ସୁନ୍ଦର ଗରୁଡ ବିମାନ ଯୋଗେ ଭକ୍ତମାନଙ୍କ ମେଳରେ ଆସି ସେକ୍ଟର ୨ ଚିପଟାଇପ ମାର୍କେଟ ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରେ ହରଙ୍କ ବାହାନ ବୃଷଭଙ୍କ ବାହାନରେ ଉପବିଷ୍ଟ ହୋଇ ହରିଙ୍କୁ ସ୍ୱାଗତ କରିଥିଲେ । ହରି ଓ ହରଙ୍କ ମିଳନ ବେଶ୍ ଚିତ୍ତାକର୍ଷକ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଭକ୍ତ ଉପସ୍ଥିତ ହୋଇ ଏହାକୁ ଉପଭୋଗ କରିବା ସହ ହରିବୋଲ ହୁଳହୁଳିରେ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ଏହି ଅବସରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ୧୯୬୩ ମସିହାରେ ପାଳନ କରିଆସିଥିବାରୁ ସାଧୁବାଦ ଦେବା ସହ ଏହା ଆମ ଆସ୍ଥା ରଖ ପ୍ରକଟ,ସଂସ୍କୃତି ଓ ପରମ୍ପରାର ଏକ ଅଂଶ ବୋଲି କହିଥିଲେ ।ୟ ଏହି ଅବସରରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ତରଫରୁ ଭଜନ ପରିବେଷଣ କରାଯାଇଥିଲା । ମୁଖ୍ୟଅତିଥି ତନ୍ତୀ ଗୁରୁ ପୂର୍ଣ୍ଣଚନ୍ଦ୍ର ରଣା, ଗୁରୁ ଜଗନ୍ନାଥ ଦାସ, ପ୍ରଦୀପ୍ତ ସାମଲ, ଦେବେନ୍ଦ୍ର, ଲିଲିରାଣୀ, ଲିପ୍ସା, ବିକ୍ରମକେଶରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରଶ୍ମିତ ସାହାଣୀ, ଶଙ୍କର ଜେନା, ବାବାଜୀ ଚରଣ ସ୍ୱାଇଁ, ଦୁର୍ଗାଚରଣ ଜେନା, ବିରେନ୍ଦ୍ର ନାରାୟଣ ବାଇଁ,ପି କେ ବିହାରୀ, ଆଦିତ୍ୟ ବାରିକ, ଗୋଦାବରୀଶ ଶତପଥୀ, ବୈଷ୍ଣବ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ୟ