oom

ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜନୀତି ବିଷାରଦ, ସାମ୍ବାଦିକ ଓ ସାହିତ୍ୟ ତ୍ରିବେଣୀଧାରା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ ସେକ୍ଟର ୫ ଗୁଣ୍ଡିଚା ମନ୍ଦିରଠାରେ ପାଳିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା ପାର୍ଲାମେଣ୍ଟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡଃ ମହତାବଙ୍କ ବହୁମୁଖୀ ପ୍ରତିଭା ସଂପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଡ. ମହତାବ ଥିଲେ ଉଚ୍ଚ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ୱ । ବ୍ୟକ୍ତି ଓ ଅନୁଷ୍ଠାନରୁ ଉର୍ଦ୍ଧ୍ବରେ ଥିବା ବହୁମୁଖୀ ପ୍ରତିଭାଧାରୀ ବିରଳ ବ୍ୟକ୍ତିତ୍ୱ ।ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବିମଳ ବିଶି, ସୁମନ ଦତ୍ତ, ଆନନ୍ଦ ମହାନ୍ତି, ଆର୍ତ୍ତ ମହାରଣା, ସଦାନନ୍ଦ ସାହୁ, ଧୀରେନ ସେନାପତି, ବିରେନ ସେନାପତି, ଲତିକା ପଟ୍ଟନାୟକ, ଉପେନ୍ଦ୍ର ନାୟକ, ରାଜକିଶୋର ପ୍ରଧାନ, ହରିହର ରାଉତରାୟ, ପି.ପି.ରାୟ, ପଶୁପତିନାଥ ଚାଟାର୍ଜୀ, ନିହାର ରାୟ, ସୁପ୍ରତିକ ମିଶ୍ର, ମନୋରଞ୍ଜନ ଦାଶ, ଡାକ୍ତର ବସନ୍ତ କୁମାର ଦାସ, ଡଲିରାଣୀ ବ୍ରହ୍ମା, ରମେଶ ବଳ, ସତ୍ୟପ୍ରୀୟ ମହାନ୍ତି, ସନ୍ତୋଷ କୁମାର ବିଶ୍ବାଳ, ମନୋଜ କୁମାର ରାଉଳ, ନଳିନୀକାନ୍ତ ଧର,ସତ୍ୟାନନ୍ଦ ବେହେରା, ମାନସ ପ୍ରୀତମ ରାଉତ, ଭାସ୍କର ଖିଲାର, ବିଶ୍ବନାଥ ପଟ୍ଟନାୟକ, ସନ୍ତୋଷ ସ୍ବାଇଁ ପ୍ରମୁଖ ଉତ୍କଳ କେଶରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଜୀବନାଦର୍ଶ ଓ ତ୍ୟାଗପୂତ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ ।

jittmm
Leave A Reply

Your email address will not be published.