ସଙ୍କଟ ମୋଚନ ଶ୍ରୀ ହନୁମାନ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମରେ ସଙ୍କଟ ମୋଚନ ଶ୍ରୀ ହନୁମାନ ବିଗ୍ରହ ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଶୁକ୍ରବାର ଅଙ୍କୁରାରୋପଣ, ଶନିବାର ପୁଣ୍ୟତୋୟା ଋଷିକୁଲ୍ୟା ନଦୀରୁ କଳସ ଯାତ୍ରାରେ ଗ୍ରାମ୍ୟ ମହିଳାମାନେ ଯୋଗଦେଇ ଥିଲେ । ଉକ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଘୃତ ଯଜ୍ଞ, ଅନ୍ନଯଜ୍ଞ, ନାମଯଜ୍ଞ ଆୟୋଜିତ ହୋଇଛି । ସୁନ୍ଦର ଆଲୋକ ସୁସଜିତ ସହ ଛୋଟ ଛୋଟ ପସରା ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଗ୍ରାମଟି ଉତ୍ସବମୁଖରିତ ହୋଇ ଉଠିଛି । ପଣ୍ଡିତଙ୍କ ଦେବମନ୍ତ୍ର ଧ୍ୱନିରେ ସ୍ଥାନୀୟ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.