କୁଲ୍‌ତା ସମାଜର ଉପରଝର ଏରିଆ ସଂପାଦକ ହଳଧର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ପୂର୍ବତନ ସମ୍ପାଦକ ତଥା ଉପରଝର ଏରିଆ କୁଳତା ସମାଜର ସମ୍ପାଦକ ହଳଧର ସାହୁଙ୍କ(୭୦) ଭୀମଭୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କିଛିଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଭୀମଭୋଇ ହସ୍ପିଟାଲକୁ ନେଇ ଚିକିତ୍ସା କରାଉଥିଲେ । ତାଙ୍କର ଶବ ସଂସ୍କାର ସ୍ଥାନୀୟ ସ୍ମଶାନରେ କରାଯାଇଥିଲା ବେଳେ ତାଙ୍କ ବଡ ପୁଅ ଗୋବିନ୍ଦ ସାହୁ ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.