ବିଶ୍ୱ ହକର ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଗାନ୍ଧୀଛକଠାରେ ବରଗଡ଼ ଖବରକାଗଜ ବିତରକ ସଂଘ ତରଫରୁ ବିଶ୍ଵ ହକର ଦିବସ ପାଳନ କରାଯାଇଛି । ଏହି ଅବସରରେ ସମସ୍ତେ ଏକାଠି ହୋଇ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ସରକାରୀ ଯୋଜନାରେ ହକର ମାନଙ୍କୁ ସାମିଲ କରି ସମସ୍ତଙ୍କୁ କୋଭିଡ ସହାୟତା ଛଅ ହଜାର ଟଙ୍କା ତଥା ପରିଚୟ ପତ୍ର ଦେଇ ଥିବାରୁ ଧନ୍ୟବାଦ୍ ଜଣାଇଥିଲେ । ସଂଘର ସଭ୍ୟ ଜୟ ପ୍ରକାଶ କୁମ୍ଭାର, ରାଜୀବ ବଗର୍ତ୍ତି, ନୀଳାଚଳ ଘିବେଲା, ଯୋଗିନ୍ଦ୍ର ସାହୁ, ଅଚ୍ୟୁତ ସର୍, ସୁଶିଲ ମହାନନ୍ଦ, ସୁଧାଂଶୁ ବାରି, ନିବାସ ଚରଣ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.