
କୋକସରା : ଗରମ ଚା’ରେ ବସିପଡ଼ିବାରୁ ଜଣେ ଶିଶୁ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର କସ୍ତୁରୀ ନଗରପଡ଼ାରେ ରହୁଥିବା ଚତୁର୍ଭୁଜ ପୋଢ଼ଙ୍କ ୪ ବର୍ଷର ପୁଅ ଗୋବିନ୍ଦ ବୁଧବାର ଚୁଲିରେ ଥିବା ଗରମ ଚା’ରେ ବସିପଡ଼ିବାରୁ ଗୁରୁତର ହୋଇଛନ୍ତ । ପରିବାର ପକ୍ଷରୁ ଗୋବିନ୍ଦକୁ କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହେଲେ ଅଧିକ ଚିକିତ୍ସା ପାଇଁ ଡାକ୍ତର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ଗରିବ ପରିବାରର ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି ।