ପୋଙ୍ଗଲରେ ବାଣ ବିସ୍ପୋରଣ : ୪ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଣ ବିସ୍ପୋରଣରେ ୪ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ତେଲୁଗୁ ସମ୍ପ୍ରଦାୟ ମାନଙ୍କ ପୋଙ୍ଗଲ ଥିବାରୁ ଏହିଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ୟେଦୁସାହିରେ ଘଟିଛି । ଆହାତମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ମିଳିଛି । ଆହାତଙ୍କ ମଧ୍ୟରେ ୟେଦୁସାହିର କେ. ୟଗି, ଡି. ଶଙ୍କର, ଜି. ନିଖିଲ ରହିଛନ୍ତି । ସମସ୍ତଙ୍କ ବୟସ ୧୩ରୁ ୧୮ ବର୍ଷ ବୟସ ହୋଇଥିବା ଜଣାପଡିଛି । ତେବେ ଗତକାଲି ରାତିରେ ଏମାନେ ଏକ ସ୍ଥାନରେ ବାଣ ବାନ୍ଧୁଥିବା ବେଳେ ବିସ୍ପୋରଣ ହୋଇଥିବା ଜଣାପଡିଛି । ବିସ୍ପୋରଣ ଏତେ ତୀବ୍ର ଥିଲା ଯେ, ପାଖ ଘରର ଛାତର ସିମେଣ୍ଟ ଖଣ୍ଡ, ଝରକା ଓ କବାଟ ଭାଙ୍ଗି ଯାଇଛି ।

Leave A Reply

Your email address will not be published.