ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ବ୍ଲକ କୋତାପେଟା ଗ୍ରାମ ପଞ୍ଚାୟତର ୩୨୬ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇ ଦୋକାନ ଉପରକୁ ଚଢି ଗଲା କାର, ଜଣେ ଗୁରୁତର । ଦୋକାନ ଗୃହ ସପୂର୍ଣ୍ଣ ଭାଙ୍ଗି ଯାଇ ନଷ୍ଟ ହେଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ରାତ୍ର ପ୍ରାୟ ୭ଟା ୩୦ ମିନିଟ ସମୟରେ କୋତାପେଟା ଗ୍ରାମର ୩୨୬ ଜାତୀୟ ରାଜପଥ ଜେକେପୁରରୁ ରାୟଗଡା ଅଭିମୁଖେ ଦୃତଗତିରେ ଆସୁଥିବା ଏକ କାର ନମ୍ୱର ଓଡ଼ି ୦୨ ସିଏମ୍୦୫୬୭ ମାତାଲ୍ କାର ଚାଳକ କାରକୁ ଆୟତ୍ତ କରି ନପାରି ଦୃତଗତିରେ ଆସି ରାସ୍ତା ମଝିରେ ଥିବା ଡିଭାଇଡରକୁ ଭାଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ସ୍ସ୍କସ୍କୁଟିକୁ ଧକ୍କା ଦେଇ ସମ୍ମୁଖରେ ଥିବା ଏକ ଦୋକାନ ଗୃହ ଉପରକୁ କାର ଚଢ଼ାଇ ଦେଇଥିଲେ । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଅଞ୍ଚଳ ବାସିନ୍ଦାଙ୍କ କହିବା ଅନୁଯାୟୀ କାର ଚାଳକ ମଦପିଇ ଏପରର ଘଟଣା ଘଟାଇଛି । ମାତାଲ୍ କାର ଚାଳକ ଦ୍ରୁତଗତିରେ ମାଡ଼ି ଆସି ରାସ୍ତା ମଝିରେ ଥିବା ଡିଭାଇଡର ଭାଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଦୋକାନ ଉପରକୁ ମାଡ଼ିଯାଇଥିଲା । ଯାହାଫଳରେ ଦୋକାନ ଭିତରେ ଥିବା ବ୍ୟକ୍ତି ଗୁରୁତର ହୋଇଛନ୍ତି ।