ommm
jittmm

ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସଦର ୧ ନମ୍ବର ୱାର୍ଡ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ପରିସରରେ ମହୁମାଛି ଆକ୍ରମଣରେ ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ପାର୍ସାଲି ପଞ୍ଚାୟତ କାଡ୍ରାକାବଣ୍ଡେଲି ଗ୍ରାମର କାଡ୍ରାକା ମିଣି (୬୫) ଓ ସ୍ତ୍ରୀ କାଡ୍ରାକା କୁମରାଡ଼ି (୬୦) ଦୁହେଁ କଲ୍ୟାଣ ସିଂହପୁର ବ୍ୟାଙ୍କକୁ ଯାଇ ନିଜ ଘରକୁ ଫେରୁଥିବା ସମୟରେ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜ ଠାରେ ମହୁମାଛି ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ ବ୍ରିଜ ଦେଇ ନିୟମଗିରି, ଜଗନ୍ନାଥପୁର, ପୋଲମା, ଥେରୁବାଲି ଦେଇ ବିଭିନ୍ନ ଅଞ୍ଚଳର ଲୋକେ ରାୟଗଡା ପ୍ରତିଦିନ ଯିବାଆସିବା କରୁଥିବା ବେଳେ ବ୍ରିଜ ତଳଭାଗରେ ୩ଟି ମହୁଫେଣା । ଏହି ମହୁମାଛି ସମୟ ସମୟରେ ତାଣ୍ଡବ କରୁଥିବା ସକାଶେ ଲୋକେ ଭୟଭୀତ ହେଉଛନ୍ତି । ମହୁମାଛିଙ୍କ ତାଣ୍ଡବ ଦିନ ଦୁଇ ପହରରେ ଦେଖିବାକୁ ମିଳିଥିଲା । ଏହି ସମୟରେ ପାର୍ସାଲି ପଂଚାୟତ କାଡ୍ରାକା ବଣ୍ଡେଲି ଗ୍ରାମର ବୃଦ୍ଧ ସ୍ୱାମୀ ସ୍ତ୍ରୀ ମହୁମାଛିର ହାବୁଡ଼ରେ ପଡିଥିଲେ । ଉଭୟ ସ୍ୱାମୀସ୍ତ୍ରୀ ବୃଦ୍ଧଥିବାରୁ ଦୌଡ଼ି ପାରିନଥିଲେ ଫଳରେ ମହୁମାଛିର ଶିକାର ହୋଇଥିଲେ । ସେହି ସମୟରେ ପାଖରେ ଥିବା ଇଣ୍ଡିଆନ ପେଟ୍ରୋଲିୟମ ପାର୍ଶ୍ଵରେ ଲୋକେ କିଛି ସମୟ ଭୟଭିତ ଅବସ୍ଥାରେ ଦୁଇ ପାଖରେ ଅଟକି ରହିଥିଲେ । ସ୍ୱାମୀ ସ୍ତ୍ରୀ ମହୁମାଛି ଆକ୍ରମଣରେ ଗୁରୁତର ହୋଇଥିବା ଦେଖି ଗୁରୁତର ସ୍ୱାମୀସ୍ତ୍ରୀଙ୍କୁ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ । ଡାକ୍ତର ଗୁରୁତର ସ୍ୱାମୀସ୍ତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଯିବାକୁ କହିଥିଲେ । ମହୁମାଛି ବାରମ୍ବାର ଆକ୍ରମଣ ପରେ ବି ପ୍ରଶାସନ ହାତବାନ୍ଧି ଚୁପ । ମହୁମାଛି ଆକ୍ରମଣ ଘଟଣାରେ କାହାର ଜୀବନ ଯାଉଛି, ତ କିଏ ମୃତ୍ୟୁ ମୁଖରୁ ଫେରୁଛି । ଏହିପରି କିଛି ମାସ ଆଗରୁ ନାଗାରାଜୁଙ୍କ ପିତା ଜି.ବେଣୁ ଗୋପାଳ ପୂଜା କରିବାକୁ ଯାଇ ମହୁମାଛିର ଶିକାର ହୋଇ ଦୌଡ଼ି ନ ପାରି ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିଲେ ଓ ପଶୁ ଚିକତ୍ସକ ଡାକ୍ତର ବିଚିତ୍ରା ନନ୍ଦ ସାହୁ ମୃତ୍ୟୁ ମୁଖରୁ ଫେରିଥିବା ଦେଖିବାକୁ ମିଳିଥିଲା । ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ଯେ ବନବିଭାଗ ବା ବ୍ଲକ ପ୍ରଶାସନ ଦୃଷ୍ଟି ରଖି ହାଇସ୍କୁଲ, ଶିବ ମନ୍ଦିର ପାର୍ଶ୍ୱ ପାଣିଟାଙ୍କି ଓ ବଡଦ୍ୱାର ସାହି କଲ୍ୟାଣୀ ନଦୀ ବ୍ରିଜର ମହୁଫେଣା ଗୁଡିକୁ କାଢ଼ି ମହୁମାଛି ମାନଙ୍କୁ ଜଙ୍ଗଲ ମୁହା କଲେ ଲୋକେ ମହୁମାଛି ଆକ୍ରମଣରୁ ବଞ୍ଚିତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.