
ବାଲିପାଟଣା : ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ଥାନା ହଂସପାଳ- ଅଭୟମୁଖି ରାସ୍ତା ଜିତିକାଲସୁଆଁଲୋ ଠାରେ ଶୁକ୍ରବାର ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା । ଜଣେ ମୃତ ୩ ଗୁରୁତର । ସୂଚନାନୁଯାୟୀ, ମହୁ ଖଣ୍ଡା ଗ୍ରାମର ବାବାଜୀ ଭୋଇ ଏବଂ ତାଙ୍କର ଅନ୍ୟ ୩ଜଣ ସାଙ୍ଗ ବାଇକ୍ ଯୋଗେ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ଯାଉଥିଲେ । ଜିତିକାଲସୁଆଁଲୋ ଠାରେ ଏକ ଅଟୋ ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବାବାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଅନ୍ୟ ୩ ଯୁବକ ଗୁରୁତର ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବାଲିଅନ୍ତା ପୁଲିସ ପହଁଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।