ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ତେଲେଙ୍ଗାନା ସଡ଼କ ଦୁର୍ଘଟଣାରେ ମାଲକାନଗିରି ଅଞ୍ଚଳର ୪ ଜଣ ସାମ୍ବାଦିକ ଗୁରୁତର ହୋଇ ପଡିଛନ୍ତି ବୋଲି ସୂଚନା ମିଳିଛି । ପ୍ରକାଶ ଯେ’ ଓଡ଼ିଶାର ମାଲକାନଗିରି ଜିଲ୍ଲାରୁ ତିରୁପତି ତୀର୍ଥ କ୍ଷେତ୍ରକୁ ଦର୍ଶନ ସାରି ଫେରୁଥିବା ସମୟରେ ରାମେଶ୍ୱରର ରାମପୁରମ ନିକଟରେ ଏକ ଟ୍ରକ୍କୁ ପଛପଟୁ ଜାଙ୍କ କାର୍ଟି ଧକ୍କା ଦେଇଥିଲା । ଫଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବୋଲି କୁହାଯାଏ । ଦୁର୍ଘଟଣାଗ୍ରସ୍ତ ମାଲକାନଗିରି ଜିଲ୍ଲାର ୪ ଜଣ ସାମ୍ବାଦିକ ଗୁରୁତର ଆହତ ହୋଇ ତେଲେଙ୍ଗାନାର ରାମନନ୍ଦ ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି ବୋଲି କୁହାଯାଏ ।
Prev Post
Next Post