ଭାରସାମ୍ୟ ହରାଇ ଓଲଟିଲା ଅଟୋ : ୧୩ ଗୁରୁତର

ବୀରମିତ୍ରପୁର : ବୀରମିତ୍ରପୁର ଥାନା ଅନ୍ତର୍ଗତ ଟୁଙ୍ଗରିଦଫେଇ ନିକଟରେ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୨ ଶିଶୁ ସହ ୧୧ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୂଚନା ଅନୁଯାୟୀ, କୁଆଁରମୁଣ୍ଡା ବ୍ଲକ ପଞ୍ଚାୟତର କଦବାହାଲ ଘୁଣ୍ଟିଛାପଲ ବସ୍ତିରୁ ଅଟୋ ଯାତ୍ରୀଧରି ବୀରମିତ୍ରପୁର ମାର୍କେଟ ଆସୁଥିବାବେଳେ ବୀରମିତ୍ରପୁର ଟୁଙ୍ଗରିଦଫେଇ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ଯାଇଥିଲା । ଅଟୋରେ ବସିଥିବା ଅଟୋ ଡ୍ରାଇଭର ଓ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ଘର ଘଣ୍ଟିଛାପଲ ବସ୍ତିର ବୋଲି ଜଣାପଡିଛି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଅଟୋକୁ ଜବତ କରି ଏକ ମାମଲା ରୁଜୁ କରିଛି ।

Leave A Reply

Your email address will not be published.

error: Content is protected !!