୨ ବାଇକ୍‌ ମୁହାଁମୁହିିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଚଣ୍ଡିଖୋଲ : ୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚଣ୍ଡିଖୋଲ – ପାରାଦ୍ୱୀପ ଜାତୀୟ ରାଜପଥର ନାନପୁର ଓଭର୍‌ବ୍ରିଜ୍‌ ନିକଟରେ ଘଟିଛି ଦୁର୍ଘଟଣା । ୨ ବାଇକ୍‌ ମୁହାଁମୁହିିଁ ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ । ମୃତ ଜଣକ ଚଣ୍ଡିଖୋଲ ଅଞ୍ଚଳର ରାଜକିଶୋର ନାୟକ ବୋଲି ଜଣାପଡିଛି । ସୂଚନା ମୁତାବକ, ଚଣ୍ଡିଖୋଲ ପଟୁ ରାଜକିଶୋର ପାରାଦ୍ୱୀପ ଅଭିମୁଖେ ଯାଉଥିଲେ । ଏହି ସମୟରେ ନାନପୁର ଓଭରବ୍ରିଜ୍‌ ନିକଟରେ ବିପରୀତ ପଟରୁ ଆସୁଥିବା ବାଇକ୍‌ ସହ ରାଜକିଶୋରଙ୍କର ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ରାଜକିଶୋର । ଅନ୍ୟ ବାଇକ୍‌ ଆରୋହୀ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ସୂଚନା ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତର ହୋଇଥିବା ବାଇକ୍‌ ଚାଳକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲା ।

Leave A Reply

Your email address will not be published.