ତୁରେକେଲା ବ୍ଲକ ଛକରୁ ମହଖଣ୍ଡ ଯିବା ରାସ୍ତାରେ ୨ ବାଇକ୍ ମୁହାଁମୁହିଁ ଧକ୍କା : ୩ ଗୁରୁତର

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଛକରୁ ମହଖଣ୍ଡ ଯିବା ରାସ୍ତାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ୩ ଜଣ ଗୁରୁତର । ତୁରେକେଲା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ପୂର୍ବକ ୨ ବାଇକ୍ ଜବତ କରିଥିବା ବେଳେ ଆହତ ହୋଇଥିବା ମୁନ୍ସି ତାଣ୍ଡି(୨୮) ଏବଂ ତାଙ୍କ ଶିଶୁ ପୁତ୍ର ଜୁଗେଶ ତାଣ୍ଡି (୭) ଏବଂ ଶିବ ବାଗ(୪୫)ଙ୍କୁ ତୁରେକେଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ ଜୁଗେଶ ତାଣ୍ଡି (୭)ଙ୍କୁ ସିଟିସ୍କେନ୍ ନିମନ୍ତେ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.