୨ ବାଇକ୍ ମୁହାଁ ମୁହିଁ ଧକ୍କା : ଜଣେ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଗିଗନା ପଂଚାୟତର ଫଟାଖମନ ବୁଲାଣି ଠାରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ୍ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଅନ୍ୟ ବାଇକ୍ ଆରୋହୀ ଗୁରୁତର ହୋଇଥିବା ବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତ ବାଇକ୍ ଚାଳକ ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିବେତ୍ ନାଗ ବୋଲି ଜଣାପଡିଛି । ଶିକ୍ଷକ ଜଣକ ଅଫିସ୍ କାମରେ ନର୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁ ଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଶିକ୍ଷକ ଜିବେତ୍ ନାଗଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଶିକ୍ଷକଙ୍କ ଘର ନର୍ଲା ବ୍ଲକ୍ ଅନ୍ତର୍ଗତ ଘୋଡବନ୍ଦ ଗ୍ରାମରେ ବୋଲି ସୂଚନା ମିଳିଛି । ଖବର ପାଇ ନର୍ଲା ଶିକ୍ଷକ ସଂଘର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ । ପରେ ପଲମ୍ ଫାଣ୍ଡି ପୋଲିସ୍ ଓ ନର୍ଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷକୁ ବୁଝାଇବା ପରେ ରାସ୍ତା ଅବରୋଧ ହଟିଥିଲା ।

Leave A Reply

Your email address will not be published.