ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍‌ : ୧୯ ଆହତ, ୨ ଗୁରୁତର

ବରଗଡ଼ : ବରଗଡ଼ ଜିଲ୍ଲା ବରପାଲିର କୁସନପୁରୀ ନିକଟରେ ଏକ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଏକ ଯାତ୍ରୀବାହୀ ବସ୍‌ ଓଲଟିବା ଫଳରେ ୧୯ ଜଣ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି । ଆହତମାନଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣ ଗୁରୁତରଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ‘ବୁଲବୁଲ୍’ ନାମକ ବସ୍‌ ଯାତ୍ରୀମାନଙ୍କୁ ନେଇ ସମ୍ବଲପୁରରୁ ଦାମନଯୋଡ଼ି ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.