ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ : ଦୁଇ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡା ପଞ୍ଚାୟତର ଡ଼ାବୁଲକିଆ ଗ୍ରାମରୁ ଗୁରୁବାର ମଧ୍ୟାହ୍ନରେ ଏକ ବାଇକ୍‌ରେ ତିନି ଜଣ ଯୁବକ ବାଟାଗୁଡା ଗ୍ରାମକୁ ଘରୋଇ ସାମଗ୍ରୀ କିଣିବାକୁ ଆସିବା ବେଳେ ଗୋପାଳପୁର-ରାୟପୁର ୫୯ ନଂ. ଜାତୀୟ ରାଜପଥ ବାଟାଗୁଡ଼ା ପୂର୍ବରୁ ଏକ ବୁଲାଣୀରେ ଭାରସାମ୍ୟ ହରାଇ ଗୋଟିଏ ଇଲେକ୍ଟ୍ରି ଖୁଣ୍ଟରେ ବାଡ଼େଇ ହୋଇ ବାଇକ୍ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଡାବୁଲକିଆ ଗ୍ରାମର ତ୍ରିନାଥ ମଲ୍ଲିକ (୧୯) ହୋଇଥିବା ବେଳେ ଦୁଇ ଆହାତ ଯୁବକଙ୍କ ନାମ ବାପି ମଲ୍ଲିକ ଓ ସାମନ୍ତ ମଲ୍ଲିକ ବୋଲି ଜଣାପଡ଼ିଛି । ନିକଟରେ ଥିବା ଗ୍ରାମବାସୀ ମାନେ ସଙ୍ଗେ ସଙ୍ଗେ ବାଲିଗୁଡା ପୋଲିସକୁ ଜଣାଇବା ପରେ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ଦୁଇ ଜଣକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତୀ କରି ତଦନ୍ତ ଅବ୍ୟାହତ ରଖିଛନ୍ତି ।

Leave A Reply

Your email address will not be published.