centurian jitm

ବାର୍ହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ଜଣେ ଗୁରୁତର, ଜଣେ ନିଖୋଜ

nschool

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବନାଞ୍ଚଳରେ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଜୁଳି ତାର ଫାଶରେ ପଡି ଜଣେ ଗୁରୁତର ଥିବାବେଳେ ଆଉ ଜଣେ ନିଖୋଜ ଥିବା ଜଣାଯାଇଛି । ସମ୍ପର୍କରେ ଉଭୟେ ଶଳା ଭିଣୋଇ ଅଟନ୍ତି । ଏହି ଥାନା ଅଧୀନ ସାନଟିକା ଗ୍ରାମର ପବନ ସୁନାଙ୍କ ପୁଅ ବିକାଶ ଓ ତାଙ୍କ ଜ୍ୱାଇଁ ଲୁହୁରାମୁଣ୍ଡା ଗ୍ରାମର ଅନନ୍ତ ନାଗ ନିକଟସ୍ଥ ପଥରଗଡ଼ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ତେବେ ଦୀର୍ଘ ସମୟ ଧରି ଉଭୟେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଛା ଯାଇଥିବା ତାରରେ ଲାଗି ବିକାଶ ଗୁରୁତର ହୋଇଥିବା ଦେଖିବାକୁ ପାଇଥିଲେ ହେଁ ଅନନ୍ତ ସେଠାରେ ନ ଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ବିକାଶକୁ ବଲାଙ୍ଗିର ମେଡିକାଲ୍‌କୁ ସ୍ଥାନାନ୍ତର କରିଥିଲେ । ଅପରପକ୍ଷରେ ନିଖୋଜ ଅନନ୍ତଙ୍କ କୌଣସି ଖୋଜ ଖବର ମିଳିନାହିଁ । ଅନନ୍ତଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.