
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ଝାଡ଼ ଦେବନ୍ଧ ପାହାଡ ଉପରକୁ ଟିଟିଲାଗଡ ତଥା ଆଖପାଖ ଅଞ୍ଚଳର ୬ ଜଣ ଯୁବକ ମନ୍ଦିର ବୁଲିବା ସହ ପାହାଡ ଉପରକୁ ଚଢ଼ିବାକୁ ଯାଇଥିଲେ । ସେହି ସମୟରେ ଲୁଥୁରବନ୍ଧ ଗ୍ରାମର ପ୍ରିତେସ ବିଶି ପାହାଡ ଉପରୁ ଖସିପଡ଼ି ଗୋଟିଏ ସ୍ଥାନରେ ଫସି ଯାଇଥିଲେ । ସାଙ୍ଗରେ ଯାଇଥିବା ସାଙ୍ଗମାନେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ସେହି ଯୁବକଙ୍କୁ ଉଦ୍ଧାର କରି ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଆଣିଥିଲେ । ତାଙ୍କ ଅଣ୍ଟାରେ ମାଡ ହେବା ଯୋଗୁଁ ସେ ବସି ପାରୁ ନଥିବା ଯୋଗୁଁ ତାଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଛି । ପ୍ରାରମ୍ଭିକ ଚିକିତ୍ସା କରିବା ପରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ଉପସ୍ଥିତ ଲୋକଙ୍କ କହିବାନୁଯାୟୀ ସେଲଫି ଉଠାଇବା ବେଳେ ଏମିତି ଘଟଣା ଘଟି ଥାଇ ପାରେ ବୋଲି ଆଲୋଚନା ହେଉଛି ।