ବାରାହା ଆକ୍ରମଣରେ ଚାଷୀ ଗୁରୁତର

ଆଠଗଡ : ଚାଷ ଜମିରେ କାମ କରୁଥିବା ବେଳେ ବାରାହା ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଆଠଗଡ ରେଞ୍ଜ ଅନ୍ତର୍ଗତ ବନ୍ଧହଟା ଗ୍ରାମର ଅକୁର ସ୍ଵାଇଁ ବିଲରେ କାମ କରୁଥିବା ବେଳେ ବାରାହା ଆକ୍ରମଣ କରିଥିଲା । ଫଳରେ ଅକୁର ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସକାଳ ସମୟରେ ଚାଷ ଜମିରେ କାମ କରିବା ସମୟରେ ଦୁଇ ଗୋଡ଼ ଓ ହାତକୁ ବାରାହା କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ଅକୁରଙ୍କୁ ପ୍ରଥମେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.