କପିଲାଭଟା ଗ୍ରାମରେ କୁକୁର କାମୁଡାରେ ୫ ଜଣ ଗୁରୁତର, ମେଡିକାଲରେ ଭର୍ତ୍ତି

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ କୁକୁରଙ୍କ ଆତଙ୍କ ବଢିବାରେ ଲାଗିଛି । ଗତକାଲି ଉକ୍ତ ଗ୍ରାମରେ କୁକୁର କାମୁଡାରେ ୫ ଜଣ ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଏହି ଘଟଣା ପରେ କପିଲାଭଟା ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.