ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଆଜି ଭାରତରତ୍ନ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଜନ୍ମଦିନ ପବିତ୍ର ଗୁରୁଦିବସ ଆଗଲପୁର ବ୍ଲକ ଅନ୍ତର୍ଗତ ଡୁଙ୍ଗୁରିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଳିତ ହୋଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଧିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ରିକି ମେର୍ଲ୍ଲୀ, ସୁପ୍ରଭା ପ୍ରଧାନ, ସୁରେନ୍ଦ୍ରୀ ପଧାନ, ଶ୍ରୀୟା ସୁନା ଗୁରୁ ବନ୍ଦନା ଗାନ କରିଥିଲେ । ସହକାରୀ ଶିକ୍ଷକ ଯୋଗୀନ୍ଦ୍ର ଦାଶ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ମହନୀୟ ଶିକ୍ଷକ ଜୀବନାଦର୍ଶ ବିଷୟରେ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷକ ଦେବଦତ୍ତ ସାହୁ , ସୁଶିଲ ସେଟ । ବିଦ୍ୟାଳୟ କ୍ୟାବିନେଟ ମୁଖ୍ୟ ସିଦ୍ଧେଶ୍ୱର ମହାଲିଙ୍ଗଙ୍କ ସଂଯୋଜନାରେ ସମଗ୍ର କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.