- ବାଘ ସହିତ ଲଢ଼ି ଜୀବନ ବଞ୍ଚାଇଥିଲେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଯୁଗରେ ମଣିଷ ଯେତେ ଚାକଚକ୍ୟରେ ଦୁନିଆରେ ରହିଲେ ତା’ର ବଞ୍ଚିବାର ବୟସ ଧିରେ ଧିରେ କମିଯାଏ । ହେଲେ ଜଣେ ବଣ ପାହାଡ଼ ପାଦଦେଶରେ ଥିବା ଲୋକେ ଅଧିକ ବର୍ଷ ବଞ୍ଚିବାର ଦୃଷ୍ଟି ଗୋଚର ହୁଏ । ତାର ଚାକଚକ୍ୟ ଦୁନିଆରେ ରହିବାର ଆଗ୍ରହ ନାହିଁ ଏମିତି ଏକ ବ୍ୟକ୍ତି ଯିଏ ୧୦୫ ବର୍ଷ ବଞ୍ଚି ଲୋକଙ୍କ ପାଇଁ ଉଦାହରଣ ସାଜିଛନ୍ତି । ବର୍ତ୍ତମାନ ଏମିତି ଦୁନିଆରେ ଏତେ ବର୍ଷ ବଞ୍ଚିବାର କୁଚ୍ୱିତ ଦେଖାଯାଆନ୍ତି । ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଭେରୁଆମୁଣ୍ଡା ଗ୍ରାମର ବୟସ୍କ ବ୍ୟକ୍ତି ଗୁଞ୍ଜ ମାଝୀ (୧୦୫) ଯିଏ ନିକଟରେ ୧୦୫ ବର୍ଷ ଅତିକ୍ରମ କରିଛନ୍ତି । ଯିଏ ଇଂରେଜ ଶାସନ ଜାଣିଛନ୍ତି । ସେ ବିଭିନ୍ନ ନିର୍ବାଚନ ଜାଣିଛନ୍ତି । ସେ ସମୟର ଚାଲିଚଲଣୀ, ଯାନିଯାତ୍ରା, ପୂଜା ପର୍ବ, ରୋଗବ୍ୟାଧି ସବୁ ଜାଣିଛନ୍ତି । ବିଭିନ୍ନ ଘଟଣାବଳୀ, ବିଭିନ୍ନ ଖବର ରେଡ଼ିଓ ଓ ଗେଜେଡ ମାଧ୍ୟମରେ ଜାଣନ୍ତି । ବର୍ତ୍ତମାନ ଦୁନିଆରେ ମଣିଷ ବହୁତ ଆଗକୁ ଗଲେଣି ବୋଲି କହିଛନ୍ତି । ତାଙ୍କ ସମୟରେ କବାଡି, ଫୁଟବଲ, ଖୋ – ଖୋ ଖେଳ ବେଶ ଖେଳୁଥିଲେ । ଆଗେ ଗୁଣି ଗାରେଡିକୁ ବିଶ୍ୱାସ କରୁଥିଲେ ଏବେ ମଣିଷ ବହୁତ ଆଗକୁ ଯାଇଛି ବୋଲି କହିଛନ୍ତି । ଆମେ ତାଙ୍କ ଜୀବନ ଚର୍ଚ୍ଚା ବିଷୟରେ ପଚାରିବାରୁ ସେ କହିଛନ୍ତି, ଏବେ ମଣିଷ ଫାଷ୍ଟଫୁଡ୍, ତୈଳଜାତ ଖାଦ୍ୟ, ମଦ୍ୟପାନ, ଘରୋଇ ଚିନ୍ତା, ଅତ୍ୟଧିକ ଖାଇବା, ଖାଇବାର ସଂଯମତା ନକରିବାରୁ, ପରିଶ୍ରମ ନ କରିବା ଯୋଗୁଁ ଅଳ୍ପ ବୟସରରେ ରୋଗଗ୍ରସ୍ତ ହୋଇଛନ୍ତି । ଆମ ସମୟରେ ସୁଗର, ବ୍ଲଡ ପ୍ରେସର, କୋଲେଷ୍ଟୋର, କ୍ୟାନ୍ସର, ହାର୍ଟ ଆଟାକ୍, କିଡ୍ନୀ ଭଳି ରୋଗ ନଥିଲା ଏବେ ୨୦/୨୫ ବର୍ଷ ବୟସର ଯୁବକକୁ ବିପି, ସୁଗର, କ୍ୟାନ୍ସର ହାର୍ଟ ଆଟାକ୍ ପରି ରୋଗରେ ଆକ୍ରାନ୍ତ ହୋଇ ଅତି କମରେ ୧୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଛନ୍ତି । ସେ କହିଛନ୍ତି ଆମ ସମୟରେ ଆମେ ଶାରୀରିକ ପରିଶ୍ରମ କରୁଥିଲୁ । ଏବେ ମଣିଷ ଶାରୀରିକ ପରିଶ୍ରମ କରୁନାହାନ୍ତି । ଏବେ ମଣିଷ ଦିନକୁ ଅତିକମରେ ୬/୭ ବାର ଖାଦ୍ୟ ଖାଉଛି ଯାହା ଫଳରେ ଇନ୍ସୁଲିନ ରେଜିଷ୍ଟାନ୍ସ ହୋଇଯାଇ କ୍ରୋନିକ୍ ରୋଗ ହାଇ ବିପି, ସୁଗର ଅଳ୍ପ ବୟସରେ ହେଇଯାଉଛି । ଆମ ସମୟରେ ଏମିତି ନଥିଲେ ଆମେ ଦିନକୁ ଦୁଇଥର ଖାଉଥିଲୁ ନା ତୈଳଜାତ ଖାଦ୍ୟ ନା ଫାଷ୍ଟ ଫୁଡ୍ ଥିଲା । ଏବେ ମଣିଷ ଖାଲି ପାଦରେ ଚାଲୁ ନାହଁ, ଖରାବର୍ଷା ସହୁ ନାହିଁ । ଏବେ ମଣିଷ ବିଳାସପୂର୍ଣ୍ଣ ଜୀବନ ଯାପନରେ ରହି ରୋଗଗ୍ରସ୍ତ ହୋଇ ବଞ୍ଚୁଛି । ଏବେ ଆଉ ଆମ ଭଳିଆ ମଣିଷ ଏତେ ବର୍ଷ ଧରି ବଞ୍ଚି ପାରୁନାହାନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି । ଏବେ ଶ୍ରୀ ମାଝୀ ନାତୀ, ସୁତୀ ଦେଖିସାରିଲେଣି । ତାଙ୍କୁ ୧୦୫ତମ ଜନ୍ମଦିନରେ ଲୋକଙ୍କ ଶୁଭେଚ୍ଛା ସୁଅ ଛୁଟୁଛି । ଶ୍ରୀ ମାଝୀ ଯୁବାବସ୍ଥାରେ ବହୁତ ସାହାସୀ ଥିଲେ । ଏକଦା ସେ ଟୋଲ ଗୋଟାଇବାକୁ ଜଙ୍ଗଲ ଯାଇଥିବା ସମୟରେ ଅନ୍ୟ ଦୁଇଜଣ ବାଘ ହାବୁଡ଼ରେ ପଡ଼ିଥିଲେ । ଜଣେ ଗଛକୁ ଚଢି ଯାଇଥିବା ବେଳେ ସେହି ବ୍ୟକ୍ତିକୁ ଓହ୍ଲାଇବା ଓ ବାଘକୁ ଘୋଡାଇବା ପାଇଁ ଶ୍ରୀ ମାଝୀ ଡାକିଥିଲେ । ମାଝୀ ବାଘ ସହିତ ଲଢ଼ି ସେହି ବ୍ୟକ୍ତି ଓହ୍ଲାଇଥିଲେ । ବାଘ ସହିତ ଲଢ଼ି କ୍ଷତାକ୍ତ ହୋଇଥିଲେ । ସେହି ସମୟରେ ସ୍ୱର୍ଗତ ବିଧାୟକ ବିଜୟୀ ରଞ୍ଜନ ସିଂ ବରିହା ଘଟଣା ସ୍ଥଳକୁ ପହଞ୍ଚି ଶ୍ରୀ ମାଝୀକୁ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ । ଶ୍ରୀ ବରିହାଙ୍କ ସହ ଭଲ ସମ୍ପର୍କ ଥିଲା । ଶ୍ରୀ ମାଝୀ ଯୁବାବସ୍ଥାରେ ଗୀତିନାଟ୍ୟ କରୁଥିଲେ । ସେ ନାଟକ ଉଭୟ ପୁରୁଷ ଓ ମହିଳା ଭୂମିକାରେ ଅଭିନୟ କରୁଥିଲି ବୋଲି କହିଛନ୍ତି । ସେ ମନୋରଞ୍ଜନ ପାଇଁ ରେଡ଼ିଓ ତାଙ୍କ ଜୀବନ ସାଥୀ ବୋଲି ବାଛି ନେଇଛନ୍ତି ।