ସିନାପାଲିରେ ଯୁବକଙ୍କୁ ଗୁଳିମାଡ଼

ନୂଆପଡା, (ଅଜିତ ବେହେରା) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ କାପସି ଛକ ଠାରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଗୁରୁତର ଯୁବକ ଜଣକ ସିନାପାଲି ଗ୍ରାମର ନୀଳାମ୍ବର ମେହେର(୩୮) ବୋଲି ଜଣାପଡିଛି । ନୀଳାମ୍ବର କାପସି ଛକ ଠାରେ ଏକ ଫାଷ୍ଟଫୁଡ୍‌ ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ପ୍ରାପ୍ତ ଖବର ଅନୁସାରେ ରବିବାର ରାତ୍ରି ୯ଟା ସମୟରେ ଜଣେ ଅଜଣା ଯୁବକ କାପସି ଠାରେ ନୀଳାମ୍ବରଙ୍କୁ ଗୁଳିମାଡ଼ କରିଛି । ଗୁଳିଟି ଯୁବକଙ୍କ ପେଟରେ ବାଜିଥିବା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି । ସ୍ଥାନୀୟ ଲୋକେ ନୀଳାମ୍ବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ରାତ୍ରି ପ୍ରାୟ ସାଢେ ୧୦ଟାରେ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରିଥିବା ସୂଚନା ମିଳିଛି । ଏନେଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତ ପରେ ୭ ଜଣଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.