ନୂଆପଡା ସୀମାନ୍ତ ଛତିଶଗଡ ଗରିଆବନ୍ଧରେ ଯବାନ-ନକ୍ସଲ ମଧ୍ୟରେ ଗୁଳିବିନିମୟ

  • ଟଳିଲେ ୩ ନକ୍ସଲ : କୁମ୍ବିଂରେ ଉଭୟ ରାଜ୍ୟର ପୋଲିସ ସାମିଲ
  • ଛତିଶଗଡରେ ଏନକାଉଣ୍ଟର

ନୂଆପଡ଼ା, (ଯୁଗଳ କିଶୋର ମହାନନ୍ଦ) : ନୂଆବର୍ଷ ଆରମ୍ଭରୁ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଯବାନ-ମାଓବାଦୀ ଗୁଳି ବିନିମୟରେ ଟଳିଲେ ୩ ନକ୍ସଲ । ନୂଆପଡା ଜିଲ୍ଲାର ସୀମାନ୍ତ ଜଙ୍ଗଲ ତଥା ଛତିଶଗଡ଼ର ଗରିଆବନ୍ଧ ଜ଼ିଲ୍ଲା କଣ୍ଡାସର, ନାଗେସ ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ଜାରି ରହିଛି ସର୍ଚ୍ଚ ଅପରେସନ । ଉଭୟ ରାଜ୍ୟର ଯବାନ ଏହି କୁମ୍ବିଂ ଅପରେସନରେ ସାମିଲ ଥିଲେ । ନୂଆପଡା ସିଆର୍‌ପିଏଫ୍‌, ଏସ୍‌ଓଜି, ଡିଭିଏଫ୍‌ ଯବାନ ସମେତ ଛତିଶଗଡର ଯବାନ ମିଳିତ ଭାବେ କୁମ୍ବିଂ ଅପରେସନ କରୁଥିଲେ । କଣ୍ଡାସର ଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପ ରହିଥିବା ଉଭୟ ଛତିଶଗଡ଼-ନୂଆପଡା ଯବାନଙ୍କୁ ଗୁଇନ୍ଦା ଖବର ମିଳିଥିଲା । ଖବର ପାଇବା ପରେ ଗରିଆବନ୍ଧ ଆରକ୍ଷୀ ଅଧିକ୍ଷକ, ନୂଆପଡା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଉଭୟ ରାଜ୍ୟ ଯବାନଙ୍କ ମିଳିତ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଯବାନଙ୍କ ସର୍ଚ୍ଚ ଅପରେସନ ଖବର ପାଇ ଯବାନଙ୍କୁ ଆକ୍ରମଣ କରିଥିଲେ ନକ୍ସଲ । ଯାହାର ପାଲଟା ଜବାବ ଦେଇଥିଲେ ଯବାନ । ଏହି ଗୁଳି ବିନିମୟରେ ୩ ନକ୍ସଲ ନିପାତ ହୋଇଛନ୍ତି ।

Leave A Reply

Your email address will not be published.