ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷା କର୍ମୀ ମଧ୍ୟରେ ଗୁଳି ବିନିମୟ : ୨ଯବାନ ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ-କନ୍ଧମାଳ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଗୁଳି ବିନିମୟରେ ୨ଜଣ ଏସଓଜି କମାଣ୍ଡୋ ଆହତ ହୋଇଛନ୍ତି । ଗୁରୁତର ଆହତ ହୋଇଥିବା ଦୁଇ ଜଣ ଯବାନଙ୍କୁ ହେଲିକେପ୍ଟର ଯୋଗେ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ଉମା ପଞ୍ଚାୟତର ସମାଡାଙ୍କି‐ଲଣ୍ଡନପଡା ନିକଟ ଜଙ୍ଗଲରେ ମାଓବାଦୀଙ୍କ ଗତିବିଧିର ଖବର ଫାଇ ଫୁଲବାଣୀ ବିଭାଗ ସୁରକ୍ଷା କର୍ମୀ ପକ୍ଷରୁ କମ୍ବିଂ ଅପରେସନ ହୋଇଥିଲା । ସେଠାରେ ୮ଘଣ୍ଟାଧରି କମ୍ବି ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ ଗୁଳିରେ ଦୁଇଜଣ ଯବାନ ଆହତ ହୋଇଛନ୍ତି । ଜଣେ ଯବାନଙ୍କ ଗୋଡ ଓ କାନ୍ଧରେ ଏବଂ ଅନ୍ୟ ଜଣେ ଯବାନଙ୍କ ଗାଲରେ ଗୁଳି ଲାଗିଥିବା ଜଣାଯାଇଛି । ସଂଘର୍ଷ ସମ୍ପର୍କରେ ଖବର ପାଇ କୋରାପୁଟ‐ମାଲକାନଗିରି ଗସ୍ତରେ ଥିବା ଡିଜି ଗସ୍ତ ବାତିଲ କରି ତୁରନ୍ତ ଘଣ୍ଟାପଡା ହାଇସ୍କୁଲ ପଡିଆରେ ଅବତରଣ କରି ଗୁରୁତର ଆହତ ଦୁଇ ଯବାନଙ୍କୁ ନିଜ ହେଲିକେପ୍ଚର ଯୋଗେ ଭୁବନେଶ୍ୱର ନେଇଛନ୍ତି । ସେଠାରେ ଏମସ୍ ହସପିଟାଲରେ ଯବାନ ଦୁଇଜଣଙ୍କ ଚିକିତ୍ସା କରାଯାଉଛି । ଏୟାରଲିଫ୍ଟ କାର୍ଯ୍ୟର ସହଯୋଗ କରିଥିବା ୩ ଜଣଙ୍କୁ ପୋଲିସ ଡିଜି ଅଭୟ ପ୍ରଶଂସା କରିଛନ୍ତି । ପୋଡାପଦର ଭଳି ଏକ ଛୋଟ ଯାଗାରେ ହେଲିକେପ୍ଟର ଲ୍ୟାଣ୍ଡ କରିବା ବହୁ କଷ୍ଟକର ଥିଲା ତଥାପି ଆପଦକାଳୀନ ସ୍ଥିତିରେ ପରିସ୍ଥିତିର ସାମ୍ନା କରିଥାରୁ ବିଏସଏଫ୍ ପାଇଲଟ ପଣ୍ତିତଙ୍କୁ ପ୍ରଶଂସା କରିବା ସହ ସିଆରପିଏଫ୍ ଯବାନ ଓ କଣ୍ଟାମାଳ ଡାଙ୍କରଙ୍କୁ ପ୍ରଶଂସା କରିଛନ୍ତି । ତେବେ ବୌଦ୍ଧ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା ଘୋଷଣା ହୋଇଥିବା ବେଳେ ଆଜିର ଘଟଣା ବିଷୟରେ ଜାଣିବା ପରେ ଘଣ୍ଟାପଡା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

Leave A Reply

Your email address will not be published.