କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀଙ୍କ ଉପଜିଲ୍ଲାପଳଙ୍କୁ ଗୁହାରି

ଲୋଇସିଂହା, (କେପିଏନ୍‌ଏସ୍‌) : କୁଶଙ୍ଗ ଆଂଚଳିକ ମହାବିଦ୍ୟାଳୟର ସୁପରିଚାଳନା ପାଇଁ ଗ୍ରାମବାସୀ ଉପଜିଲ୍ଲାପଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ଗ୍ରାମବାସୀଙ୍କ ଦ୍ୱାରା ଦିଆଯାଇଥିବା ଆବେଦନ ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ମହତ୍‌ ଉଦ୍ଦେଶ୍ୟ ନେଇ ୧୯୯୧ରେ ଏକ କନିଷ୍ଠ ମହାବିଦ୍ୟାଳୟ ସେମାନେ ଖୋଲିଥିଲେ । କିନ୍ତୁ ଏହି ମହାବିଦ୍ୟାଳୟରେ ଏବେ ଶୈକ୍ଷିକ ବାତାବରଣ ତଥା ଅନ୍ୟାନ୍ୟ ପାରିପାଶ୍ୱିର୍କ ଅବସ୍ଥା ଠିକ୍‌ ନଥିବା ସେମାନେ କହିଛନ୍ତି । କଲେଜର ପରିଚାଳନା କମିଟିର ବୈଠକ ଦୀର୍ଘ ୨୦ ବର୍ଷ ହେଲା ହୋଇ ନଥିବା ବେଳେ ମହାବିଦ୍ୟାଳୟରେ ଉନ୍ନତିମୂଳକ କାର୍ୟ୍ୟ କିଛି ହୋଇ ପାରିନାହିଁ । ଅଭିଯୋଗ କରାଯାଇଛି ଯେ, ଛାତ୍ରଛାତ୍ରୀମାନଙ୍କ ଠାରୁ ଉନ୍ନତି ପାଇଁ ଦେୟ ନିଆଯାଉଥିଲେ ବି ମହାବିଦ୍ୟାଳୟର ଉନ୍ନତି ମୂଳକ କାର୍ୟ୍ୟ ହେଉନାହିଁ । ଏପରିକି ମହାବିଦ୍ୟାଳୟର ନିଜସ୍ୱ ଖେଳ ପଡ଼ିଆ ରହିଥିବା ବେଳେ ମହାବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ କୌଣସି ଖେଳ, କସରତ, କ୍ରୀଡ଼ା ପ୍ରତିଯୋଗିତା, ସାଂସ୍କୃତିକ କାର୍ୟ୍ୟକ୍ରମ କରାଯାଉ ନଥିବା ଉଲ୍ଲେଖ କରାଯାଇଛି । ଆବେଦନପତ୍ରରେ ଆହୁରି ଅଭିଯୋଗ ରହିଛି ଯେ, ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଇବ୍ରେରୀ କୋଠରୀ ନାହିଁ । ମହାବିଦ୍ୟାଳୟର ୨୫ ବର୍ଷ ପୂର୍ତ୍ତି ହେବା ଉପଲକ୍ଷେ ସିଲ୍‌ଭର୍‌ ଜୁବ୍‌ଲି ହେବା କଥା, ତାହା ମଧ୍ୟ ଆଜି ପର୍ୟ୍ୟନ୍ତ କରାଯାଇନାହିଁ ।

ଗ୍ରାମବାସୀଙ୍କ ଅନୁସାରେ ମହାବିଦ୍ୟାଳୟରେ ଦୀର୍ଘ ୪ ବର୍ଷ ହେଲା ଜଣେ ବରିଷ୍ଠ ଅଧ୍ୟାପକ ଯୋଗଦାନ କରିଥିଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇନାହିଁ । ଏଣୁ ବରିଷ୍ଠ ଅଧ୍ୟାପକଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ ସହ ଅନୁଷ୍ଠାନର ଉନ୍ନତି ସକାଶେ ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.