oom

ସିଏ. ଶ୍ରୀକାନ୍ତ ଶର୍ମା ଓ ଏସ୍.କେ ମିଶ୍ରଙ୍କ ଦ୍ୱାରା ଲିଖିତ ଜି.ଏସ୍.ଟି ପୁସ୍ତକ ଉନ୍ମୋଚିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପରିସରରେ ଜି.ଏସ୍.ଟି ବହି ପ୍ରକାଶିତ ହୋଇଯାଇଛି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଉମାବଲ୍ଲଭ ମହାପାତ୍ରଙ୍କ ଦ୍ୱାରା ଓ ପୁସ୍ତକର ଲେଖକ ସିଏ. ଶ୍ରୀକାନ୍ତ ଶର୍ମା ଓ ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଜି.ଏସ୍.ଟି ପୁସ୍ତକଟି ଉନ୍ମୋଚିତ କରାଯାଇଛି । ସିଏ. ଶ୍ରୀକାନ୍ତ ଶର୍ମାଙ୍କର ଏକମାତ୍ର ଲକ୍ଷ୍ୟ ଯେ, ଛାତ୍ରଛାତ୍ରୀମାନେ ବାଣିଜ୍ୟ ଶିକ୍ଷା କ୍ଷେତ୍ରରେ ଜି.ଏସ୍.ଟିର ବିଷୟ ବସ୍ତୁକୁ ଯେପରି ସହଜରେ ବୁଝିପାରିବେ ସେଥି ନିମନ୍ତେ ତାଙ୍କର ବ୍ୟସ୍ତତା ଜୀବନ ମଧ୍ୟରେ ମଧ୍ୟ ଏହି ପୁସ୍ତକ ମାଧ୍ୟମରେ ପ୍ରଚେଷ୍ଟା କରିଛନ୍ତି । ଅତିଶୀଘ୍ର ଏହି ପୁସ୍ତକଟି ବଲାଙ୍ଗିର ବଜାର ମଧ୍ୟରେ ପୁଣି ଆମାଜୋନ୍ ଓ ଫ୍ଲିପ୍‌କାର୍ଡ ମାଧ୍ୟମରେ ଛାତ୍ରଛାତ୍ରର ଓ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବାକୁ ଯାଉଛି ବୋଲି କହିଛନ୍ତି । ଆଶା କରାଯାଏ ଯେ, ଏହି ପୁସ୍ତକ କେବଳ ଯେ ବାଣିଜ୍ୟ ଶିକ୍ଷାରେ ପିଲାମାନଙ୍କ ନିମନ୍ତେ ଉପଯୋଗୀ ହେବ ତାହା ନୁହେଁ ମାତ୍ର ଏହା ଜି.ଏସ୍.ଟି କ୍ଷେତ୍ରରେ ସଂଶ୍ଲିଷ୍ଟ ଥିବା ପ୍ରେତେକ ବ୍ୟକ୍ତି ମାନଙ୍କ ନିମନ୍ତେ ଉପଯୋଗୀ ହେବ ବୋଲୀ ମତ ପ୍ରକାଶ ପାଇଛି ।

jittmm
Leave A Reply

Your email address will not be published.