ମାଲକାନଗିରି ବଜାରରେ ଆୟକର ଓ ଜିଏସ୍‌ଟି ବିଭାଗର ଚଢ଼ାଉ

ମାଲକାନଗିରି : ଟିକସଫାଙ୍କିବା ଅଭିଯୋଗରେ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ମାଲକାନଗିରି ବଜାରରେ ଚଢାଉ ଆରମ୍ଭ ହୋଇଯାଇଛି । ବୁଧବାର ମାଲକାନଗିରି ସଦରମହକୁମାରେ ଥିବା ଆର.କେ ଇଲେକ୍ଟ୍ରୋନିସ ଦୋକାନରେ ଆୟକର ଫାଙ୍କିବାକୁ ନେଇ ଜୟପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଡେପୁଟି କମିଶନର ଏନ୍‌ଫୋର୍ସ ମେଣ୍ଟ ଅଧିକାରୀ ସାମିଲ ରହିଥିଲେ । ସେ କହିଛନ୍ତି ଯେ, ଏହାଏକ ରୁଟିନ ପ୍ରକ୍ରିୟା । ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ଯାଂଚ ରୀତିମତ ହେଉଥିବା ବେଳେ ଆଜି ଆମେ ଏହି ଦେକାନର ସମସ୍ତ ନଥିପତ୍ର ଓ ଷ୍ଟକ ଯାଂଚ କରିଥିଲୁ । ବର୍ତ୍ତମାନ ଆମେ ସମସ୍ତ କାଗଜପତ୍ର ଓ ଷ୍ଟକ ସାଙ୍ଗେ ନେଇ ଯାଉଛୁ । ଆଗାମୀ ଦିନରେ ତଦନ୍ତପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.