ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲ୍ ଭିତରେ ମୃତ୍ୟୁ : ଆତ୍ମହତ୍ୟା ନା ହତ୍ୟା, ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଆଜି ଜେଲ ଭିତରେ ମୃତ୍ୟୁ ଘଟିଛି । କଣ୍ଟାବାଞ୍ଜି ଜେଲ୍ରେ ଗୋବିନ୍ଦ ଆଜି ସକାଳୁ ପ୍ରାୟ ୯ଟା ସମୟରେ ଶୌଚ ପାଇଁ ଯାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ଗୋବିନ୍ଦ ସାହୁ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଆଭିଯୁକ୍ତ ଓ ବିଚାରାଧୀନ କଏଦୀ ଭାବେ କଣ୍ଟାବାଞ୍ଜି ଜେଲରେ ଥିଲେ । ଆଜି ସକାଳୁ ପ୍ରାୟ ୯ଟା ସମୟରେ ଶୌଚ ପାଇଁ ଯାଇଥିଲେ । ଜେଲ୍ ଭିତରେ ଥିବା ଏକ ଗଛରେ ପିନ୍ଧା ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଖବର ପାଇ ଜେଲ କର୍ତ୍ତୃପକ୍ଷ ଗୋବିନ୍ଦ ସାହୁଙ୍କୁ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତରି ମାଇନା ପରେ ତାଙ୍କୁ ମୃତ ଘୋଷଣା କରା ଯାଇଛି । ଜେଲରେ ଗୋବିନ୍ଦ ଆତ୍ମହତ୍ୟା କରିଛନ୍ତି ନା ଘଟଣା ଚପାଇବାକୁ ତାଙ୍କୁ ହତ୍ୟା କରଯାଇଛି, ଏନେଇ ଅନେକ ସନ୍ଦେହ ଜାତ ହୋଇଛି । ପୋଷ୍ଟମର୍ଟମ ପରେ ଏହା ଅତି ସମ୍ବେଦନଶୀଳ ଘଟଣା ଓ ଏଥିରୁ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ତେବେ ଘଟଣାର ଗମ୍ଭୀରତାକୁ ନେଇ ଜିଲ୍ଲାର ରାଜନୀତିକ ମହଲରେ ବିଭିନ୍ନ ମତ ପ୍ରକାଶ ପାଉଛି ।