ଗୃହରକ୍ଷୀ କୋଭିଡ୍‌ ଯୋଦ୍ଧାଙ୍କ ଅବସର ଗ୍ରହଣ : ଥାନା ପକ୍ଷରୁ ସମ୍ବର୍ଦ୍ଧନା

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଥାନାରେ ଦୀର୍ଘ ବର୍ଷ ଧରି ଗୃହରକ୍ଷୀ ଭାବେ କାର୍ଯ୍ୟ କରିଥିବା ରାଜମନ କୁଅଁର ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଆଜି ସଂଧ୍ୟାରେ ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାରେ ସମସ୍ତ ଗୃହରକ୍ଷୀ ଓ ପୋଲିସ ଅଧିକାରୀ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ । ଅବସରଗ୍ରହଣ କରିଥିବା ଶ୍ରୀ କୁଅଁରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ୩୨ ଜଣ ଗୃହରକ୍ଷୀ ଗୋଟିଏ ଦିନର ଦରମା ଅବସର ନେଉଥିବା ଗୃହରକ୍ଷୀ ଶ୍ରୀ କୁଅଁରଙ୍କୁ ସହଯୋଗ ଭିତ୍ତିରେ ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶା ସରକାର ଗୃହରକ୍ଷୀମାନଙ୍କ ପାଇଁ ଅବସରକାଳୀନ ଆର୍ଥିକ ବ୍ୟବସ୍ଥା କରି ନଥିବା ଯୋଗୁଁ ଗୃହରକ୍ଷୀମାନେ କ୍ଷୋଭ ପ୍ରକାଶ କରିଥିଲେ ।

Leave A Reply

Your email address will not be published.