oom

ତାଲଢ଼ି ଲୌହ ଖଣି ଅଶାନ୍ତ : ଶ୍ରମିକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ଧାରଣା

jsmm

କୋଇଡା, (ସମ୍ବିତ ଜେନା) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ଟେନସାରେ ଥିବା ତାଲଢ଼ି ଲୌହ ଖଣି ଅଶାନ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଖଣି ଖୋଳିବା ପୂର୍ବରୁ ଗ୍ରାମ ସଭା ଓ଼ ଜନଶୁଣାଣି ମାଧ୍ୟମରେ ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ନିଯୁକ୍ତି, ଖଣି ପ୍ରଭାବିତ ଅଞ୍ଚଳ ଗୁଡିକରେ ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ସୁବିଧା, ରାସ୍ତାଘାଟର ସୁବିଧା ପରି ବିଭିନ୍ନ ଉନ୍ନତି ମୂଳକକାର୍ଯ୍ୟ କରିବା ପାଇଁ ଚୁକ୍ତିବଦ୍ଧ ଥିଲେ । କିନ୍ତୁ ଖଣି ଖନନ କାର୍ଯ୍ୟ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ୮ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଫଳପ୍ରଦ ହୋଇପାରୁନାହିଁ । ମାତ୍ର କେତେ ଜଣ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇ ଜିଲ୍ଲା ଓ ରାଜ୍ୟ ବାହାର ଲୋକଙ୍କୁ ନିଯୁକ୍ତି ଦେଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପୂର୍ବର ଚୁକ୍ତିନାମା ଅନୁସାରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଓ ଖଣି ଚାରି ପାର୍ଶ୍ୱରେ ଥିବା ଗ୍ରାମ ଗୁଡିକରେ ଖଣିର ନାଲି ପାଣି ପଶି ବହୁ କ୍ଷୟକ୍ଷତି ହେଉଥିବାରୁ ଚେକଡ୍ୟାମ ନିର୍ମାଣ କରି ଏହାର ସମାଧାନ କରିବା, ଖଣିରେ କାର୍ଯ୍ୟରତ ଶ୍ରମିକଙ୍କୁ ଠିକ ସମୟରେ ଦରମା ଓ ୨୦ ପ୍ରତିଶତ ବୋନସ ଦେବା ପାଇଁ ଦାବି ହୋଇଛି । ଖଣି କର୍ତୃପକ୍ଷ ଗ୍ରାମବାସୀଙ୍କ ସହ ଆଲୋଚନା କରି ଦାବି ପୂରଣ ନକଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରାମବାସୀଙ୍କ ଧାରଣାକୁ ସମର୍ଥନ ଜଣାଇ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିଆଇଟିୟୁ ଜିଲ୍ଲା କମିଟି ସଦସ୍ୟ ପ୍ରଭାତ ପଣ୍ଡା, କୋଇଡା ‘କ’ ଜିଲ୍ଲା ପରିଷଦ ସୁଶୀଳା ମୁଣ୍ଡା, ବାଦଲ ବାରିକ, କେସି ବାରିକ, ଲକ୍ଷ୍ମଣ ମହାକୁଡ଼ ଓ ବହୁ ସଂଖ୍ୟକ ଖଣି ଶ୍ରମିକ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.