jayashree

କଂଟାବାଂଜି ସିଭିଲ କୋର୍ଟରେ ନୂତନ ଜେଏମ୍‌ଏଫସିଙ୍କ କାର୍ଯ୍ୟଭାର ଗ୍ରହଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସିଭିଲ କୋର୍ଟରେ ମଙ୍ଗଳବାର ଦିନ ନୂତନ ଭାବେ ରାହୁଲ କୁମାର ଜେନା ଜେଏମ୍‌ଏଫସି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଜେନାଙ୍କୁ ସ୍ଥାନୀୟ ଓକିଲ ସଂଘ ଦ୍ୱାରା ଓକିଲ ସଂଘ କାର୍ଯ୍ୟାଳୟରେ ଫୁଲ ତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଓକିଲ ସଂଘ ସଭାପତି ସମିମ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିଂମାଶୁ ଶେଖର ମଲ୍ଲିକ (ମୁଖ୍ୟ ଅତିଥି), ରାହୁଲ କୁମାର ଜେନା(ସମ୍ମାନିତ ଅତିଥି), ସଂଘର ସଂପାଦକ ଏସ.ଜେ. ରାଓ ମଂଚାସୀନ ଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ବହୁ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.