ଆମ ଐତିହ୍ୟ – ଆମ ଗୌରବ

• ତଳେ ଦିନ ଥିଲା ଏହା ଆମର ଆଦର୍ଶ ପୁଷ୍କରିଣୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ସହରର ମଧ୍ୟଭାଗରେ ଅବସ୍ଥିତ ବାବାଜୀ ତୋଟାସାହିର ଏହି ସର୍ବ ପୁରାତନ ଜଳାଶୟ (ପୁଷ୍କରିଣୀ)ଟି ଦିନେ ଥିଲା ଏକ ଆଦର୍ଶ ପୁଷ୍କରିଣୀ । ଏହି ଜଳାଶୟ ଉପରେ ବହୁ ଲୋକେ ନିର୍ଭରଶୀଳ ହୋଇ ଆସିଥିଲେ । କଥାରେ ଅଛି, ନଦୀ ଶୁଖିଗଲେ କି କରିବ ନାଆ, ସ୍ତନ ଶୁଖିଗଲେ କି କରିବ ମାଆ, ଠିକ୍ ସେହିପରି ଯେତେଦିନ ଜଳ କଷ୍ଟ ଥିଲା, ଜଳାଭାବ ଥିଲା ଜଳାଶୟର ଆବଶ୍ୟକ ପଡୁଥିଲା, ଲୋକେ ଉପଭୋଗ କରୁଥିଲେ କିନ୍ତୁ ଆଜି ସେ ସୁନ୍ଦର ଆଦର୍ଶ ପୁଷ୍କରିଣୀ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ଅବ୍ୟବସ୍ଥା ମଧ୍ୟରେ ପୁଣି ମଦୁଆ ଓ ଅସାମାଜିକ ଗୁଣ୍ଡା ସାମ୍ରାଜ୍ୟ ଶ୍ରେଣୀର ବ୍ୟକ୍ତିମାନଙ୍କ ଦ୍ୱାରା ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଏଇଟା ଏକ ବ୍ରହ୍ମପୁର ମହାନଗର ଅଞ୍ଚଳର ଏକ ଅଳିଆ କୁଣ୍ଡ ଅଟେ । ଅତ୍ୟନ୍ତ ଦୁଃଖର ଓ ପରିତାପର ବିଷୟ ଏହି କି ଯେ, ସାଂସଦ ଏଇ ସହରର, ବିଧାୟକ ଏହି ସହରର, ପୂର୍ବତନ ଏବଂ ବର୍ତ୍ତମାନର କର୍ପୋରେଟରମାନେ ମଧ୍ୟ ଏହି ସାହି ବାସିନ୍ଦା ଅଟନ୍ତି । କିନ୍ତୁ ଏହି ସାହିରେ କେହି ରୁହନ୍ତି ନାହିଁ । କେବଳ ରାଜନୀତି ପାଇଁ କେବଳ ଭୋଟ ପ୍ରଚାର ବେଳକୁ ଆସନ୍ତି । ଏ ସମ୍ପର୍କରେ କାହାର ବି ନଜର ପଡୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥିରେ ପୁଣି ଜନ ସଂପର୍କ ପଦଯାତ୍ରା ବେଳକୁ ଆସନ୍ତି । ବିଭିନ୍ନ ପ୍ରକାରର କାମର ବ୍ୟୟ ଅଟକଳ କରାଯାଉଛି । କିନ୍ତୁ ଏହି ପୁଷ୍କରିଣୀ ପାଇଁ କିଛି କାର୍ଯ୍ୟକାରୀ ହେଉନାହିଁ । ପୁଷ୍କରିଣୀଗୁଡିକୁ ଜଳ ସମୃଦ୍ଧି ନାଁରେ, ପଙ୍କ ଉଦ୍ଧାର, ସଫେଇ ନାଆରେ ମହାଆଡମ୍ବର ପଟୁଆରରେ ରାଜନୈତିକ ଦଳମାନେ ଆସି ଜଳଖିଆ ପାର୍ଟି କରି ଚାଲିଯାଆନ୍ତି ବୋଲି ଚର୍ଚ୍ଛା ଜୋର୍‌ ଧରିଛି ।

କିନ୍ତୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ, ବ୍ରହ୍ମପୁର ମୁନିସିପାଲଟି କର୍ପୋରେସନ ପକ୍ଷରୁ ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ ସଚେତନତା ଉପରେ ବଡ଼ ବଡ଼ ଭାଷଣ, ଡିଣ୍ଡିମ ମାରିଥାନ୍ତି । କିନ୍ତୁ ବର୍ତ୍ତମାନ ବାସ୍ତବରେ ଜଳାଶୟଟି ମଶା, ମାଛି, ମ୍ୟାଲେରିଆ, ଡେଙ୍ଗୁ ଓ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗର ଗନ୍ତାଘର ପାଲଟିଛି । ସ୍ଥାନୀୟ ବାସିନ୍ଦା, ରାଜନୈତିକ ବ୍ୟକ୍ତି ସମସ୍ତେ ନୀରବ ଦ୍ରଷ୍ଟା ସାଜିଥାନ୍ତି ।

ଦେଖାଯାଉ ଏହି ସର୍ବ ପୁରାତନ ଐତିହ ପୁଷ୍କରିଣୀର ଭାଗ୍ୟ କେବେ ପରିବର୍ତ୍ତନ ହେବ, କେବେ ତାର ସୌନ୍ଦର୍ଯ୍ୟ ଫେରି ଆସିବ । କେବ ଆମ ସ୍ଥାନୀୟ ନେତାମାନଙ୍କ ଏବଂ ଉଚ୍ଚସ୍ଵାସ୍ଥ୍ୟ ବିଭାଗ, ବ୍ରହ୍ମପୁର ମ୍ୟୁନିସିପାଲଟିର ନଜର ପଡ଼ିବ । କେବେ ସ୍ଥାନୀୟ ବାସିନ୍ଦା ଜାଗୃତ ହେବେ । ଏ ସମ୍ପର୍କରେ ସଚେତନ ହେବେ, ଏ ଦିଗରେ ଗଞ୍ଜାମ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଏ ଦିଗରେ ଦୃଷ୍ଟିଦେଇ ବିହିତ ଆଶୁବ୍ୟବସ୍ଥା କରିବେ ବୋଲି ସର୍ବସାଧାରଣରେ ଦାବୀ କରିଛନ୍ତି ।

Leave A Reply

Your email address will not be published.