ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଗୋଷ୍ଠୀ ସଂଘର୍ଷରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ନେଇ ଖବର ମିଳିଛି । ତେବେ ଏହି ଘଟଣାଟି ଘଟିଛି ଭୁବନେଶ୍ୱରର ପଟିଆ ପଦ୍ମକେଶରପୁରରେ । ଗାଁର ଦୁଇ ୱାର୍ଡ ମଧ୍ୟରେ ଗଣ୍ଡଗୋଳ ଉପୁଜି ପଥର ମାଡ଼ ସହ ବୋତଲ ମାଡ ହୋଇଥିବା ବେଳେ ଉଭୟ ପକ୍ଷରୁ ବହୁ ଲୋକ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଚିକିତ୍ସାଧୀନ ଅଛନ୍ତି । ମଞ୍ଚେଶ୍ୱର ଥାନା ପୁଲିସ ଗାଁରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣକୁ ଆଣିଛି ।

Leave A Reply

Your email address will not be published.