ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତରେ ୭୫ ତମ ସ୍ବାଧୀନତା ଦିବସ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳିତ ହେବାକୁ ଯାଉଅଛି । ଏହି ଅବସରରେ ଦେଶରେ ଥିବା ସମସ୍ତ ଗୋଳାବାରୁଦ କାରଖାନା ପରିସରରେ ତା.୧୩/୧୨/୨୧ରୁ ୧୯/୧୨/୨୧ ପର୍ଯ୍ୟନ୍ତ ସାର୍ବଜନୀନ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଗୋଳାବାରୁଦ କାରଖାନା ପରିସରରେ ଥିବା ଅଫିସର୍ସ କ୍ଳବର ସାର୍ବଜନୀନ ପ୍ରଦର୍ଶନ ଅନୁଷ୍ଠିତ ହେଉଛି । ଦେଶରେ ଅନୁଷ୍ଠିତ ହେଉଥିବା କାର୍ୟ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭର୍ର୍ଚୁଆଲ ମୋଡ଼ରେ ଉଦ୍ଘାଟନ କରିଥିଲେ । ପରେ ବଡ଼ମାଲ ଗୋଳାବାରୁଦ କାରଖାନାର ମହା ପ୍ରବନ୍ଧକ ଅଜୟ ଇ.ସିଂ ଦୀପ ପ୍ରଜ୍ଜ୍ଵଲନ ପୂର୍ବକ ପ୍ରଦର୍ଶନ କାର୍ୟ୍ୟକ୍ରମର ଉଦ୍ଘାଟନ କରିଥିଲେ । କାର୍ୟ୍ୟକ୍ରମକୁ ଡିଜିଏମ ପ୍ରଭାସ ଭୋଇ ପରିଚାଳନା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଏଡ଼ିଜିମ୍ ଡା. ଏ.ଏସ.ଖାନ ଓ ଏସ ମଣ୍ଡଳ ଉପସ୍ଥିତ ଥିଲେ । ପରେ ଅତିଥିମାନେ ବଡ଼ମାଲ ଗୋଳାବାରୁଦ କାରଖାନାରେ ନିର୍ମିତ ହେଉଥିବା ବିଭିନ୍ନ ସାମଗ୍ରୀ ଦେଖାଇ ଥିଲେ ।କାର୍ୟ୍ୟକ୍ରମରେ ଶେଷରେ ୱ।କର୍ସ ମ୍ୟାନେଜର ଡିକେ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବ ସାଧାରଣ ଏହି କାର୍ୟ୍ୟକ୍ରମକୁ ଦେଖି ପାରିବେ ବୋଲି ମହା ପ୍ରବନ୍ଧକ ପ୍ରକାଶ କରିବା ସହ ଆସନ୍ତା ୧୯ ତାରିଖରେ ଉଦ୍ଯାପିତ ହେବ ବୋଲି ଜଣାପଡିଛି ।
Prev Post
Next Post