
ରାଉରକେଲା : ପୁଣି ଜବତ ହେଲା ବିସ୍ଫୋରକ । ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିବା ଗାଡିରୁ ବିସ୍ଫୋରକ ଜବତ କଲା ପୁଲିସ । ଗୋଦାମ ମାଲିକଙ୍କୁ ପଚରାଉଚରା ।୦ ରାଉରକେଲାରେ ଆଜି ପୁଣି ଥରେ ପୁଲିସ ବିସ୍ଫୋରକ ଜବତ କରିଛି । ଦେଓଗାଁ ସ୍ଥିତ ଫୁଏଲ ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିବା ଦୁଇଟି ଗାଡିରୁ ୧୧୬ପ୍ୟାକେଟ ଜିଲୋଟିନ, ୪୧୬ ଡେଟୋନେଟର, ୧୫ପେଟି ୭୫୦ମିଟର ତାର ଜବତ ହୋଇଛି । ଏହି ଦୁଇଟି ଗାଡ଼ି କିଛି ଦିନ ହେଲା ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିଲା । ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କ ଉପରେ ପୁଲିସ ନଜର ରଖିଥିଲା । ଆଜି ଶ୍ରବଣ ପେଟ୍ରୋଲ ପମ୍ପରେ ପହଞ୍ଚିବା ପରେ ପୁଲିସ ତାଙ୍କୁ ମାଡି ବସିଥିଲା । ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଶ୍ରବଣଙ୍କ ଗୋଦାମ ସିଲ୍ ଥିଲେ ହେଁ ସେ ଏହି ଦୁଇଟି ଗାଡ଼ିରେ ବେଆଇନ ଭାବେ ବିସ୍ଫୋରକ ରଖିଥିଲେ । ପୁଲିସ ଶ୍ରବଣଙ୍କୁ ନେଇ ଅଧିକ ପଚରାଉଚରା କରୁଛି । କିଛି ଦିନ ପୂର୍ବରୁ କେ ବଲାଙ୍ଗ ଥାନା ଅଞ୍ଚଳରୁ ୨୦୦ପେଟି ବିସ୍ଫୋରକ ଲୁଟ ହୋଇଥିଲା । ସେଥିରୁ କିଛି ମାତ୍ରାରେ ବିସ୍ଫୋରକ ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି ।