ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ଶ୍ରୀ ବିଶ୍ଵନାଥ ଓ ହନୁମାନ ମନ୍ଦିର ଆନୁକୂଲ୍ୟରେ ୨୯ ତମ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂଜକ ମାନସ ରଞ୍ଜନ ପଣ୍ଡାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ମାନସ ରଞ୍ଜନ ପଣ୍ଡା, ବଳରାମ ପଣ୍ଡା ଓ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଓ କର୍ତ୍ତା ଭାବେ ପୀତାମ୍ବର ନନ୍ଦ, କନକଲତା ନନ୍ଦ, ଅମର ସିଂ ଓ ଉମା ସିଂ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଅବସରରେ ଅଧିବାସ, ଯଜ୍ଞ ଆରମ୍ଭ, ଗୀତା ପାଠ ଓ ଶେଷରେ ପୂର୍ଣ୍ଣାହୁତି ଦିଆଯାଇ ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୋଦ ପ୍ରହରାଜ, ଦୁର୍ଗାଚରଣ ସ୍ୱାଇଁ, କାହ୍ନୁ ଦାସ, ପ୍ରହ୍ଲାଦ ଦାସ, ସ୍ମୃତିରଞ୍ଜନ ଦାସ, କାମନା ପଣ୍ଡା, ପ୍ରଶାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଏହି ଯଜ୍ଞରେ ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ଗୀତା ଯଜ୍ଞ ଦର୍ଶନ ସହ ଗୀତା ଶ୍ରବଣ ଓ ଶେଷରେ ପ୍ରସାଦ ସେବନ କରିଥିଲେ ।