ନୂଆପଡା, (ନିରାକାର ମେହେର) : ଅବକାରୀ ବିଭାଗ ଅଧିକ୍ଷକ ସଂଘମିତ୍ରା ପ୍ରଧାନ ଟାନୱାଟ ଛକ ଠାରେ ଏକ ମହୁଲ ବୋଝେଇ ଟ୍ରକ (ସିଜି ୦୪ ଏଚଜେଡି ୧୧୭୬)ଟିକୁ ଧରିବାରେ ସଫଳ ହୋଇଥିବା ଜଣାପଡିଛି । ନୂଆପଡା ଅବକାରୀ ବିଭାଗ, ସୂଚନା ଅନୁସାରେ କଣ୍ଟାବାଞ୍ଜିରୁ ୩୦୦ କ୍ୱିଣ୍ଟାଲ ମହୁଲ ଲୋଡ କରି ରାୟପୁର ଅଭିମୁଖେ ଚୋରାଚାଲାଣ ହେଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ନୂଆପଡା ଅବକାରୀ ବିଭାଗ ଟ୍ରକଟିକୁ ଟାନୱାଟ ଛକ ଠାରେ ଅଟକାଇ ଥିଲେ, ପରେ ତଦନ୍ତ ପରେ ମହୁଲର କୌଣସି କାଗଜ ପତ୍ର ନଥିବା ବେଳେ ରାୟପୁରକୁ ଚୋରାଚାଲାଣ ହେଉଥିଲା । ନୂଆପଡା ଅବକାରୀ ଇନିସପେକ୍ଟର ହାରାବତୀ ଥାଟି, ଓଆଇସି ଗୁପ୍ତେଶ୍ଵର ପଟେଲ, ଏଏସଆଇ ହିଙ୍ଗୁଳା ଦାସ, କନେଷ୍ଟବଲ ଗୀରେଦ୍ର କଟା, ମଳୟ କୁମାର ମହାଲିଙ୍ଗ, ସଂଜୀବ ସାହୁ ପ୍ରମୁଖ ବିଭାଗର କର୍ମଚାରୀମାନେ ଟ୍ରକ ସହ ମହୁଲକୁ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭର ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବରୀଆଳି ଗ୍ରାମର ବିକେନ୍ଦ୍ର ମାଝୀ(୩୩) ପିତା ଶିବ ମାଝୀଙ୍କୁ ଅଟକ ରଖି ପଚରା ଉଚରା କରିବାରୁ ସେ କିଛି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଫଳରେ ଅବକାରୀ ବିଭାଗ ପକ୍ଷରୁ ୩୦୦ କ୍ୱିଣ୍ଟାଲ ମହୁଲ ସମେତ ଉକ୍ତ ଟ୍ରକକୁ ଜବତ କରି କେସ ନଂ ୨୯/୨୨/୨୩ ରେ ଏକ ମାମଲା ରୁଜୁ କରି ଆସାମି ବିକେନ୍ଦ୍ର ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନୂଆପଡା ଅବକାରୀ ବିଭାଗ ସୁତ୍ରରୁ ଜଣାପଡିଛି ।
Next Post