ବିପୁଳ ପରିମାଣର କଫ୍‌ ସିରଫ ଜବତ : ୧ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ବିପୁଳ ମାତ୍ରାରେ କଫ୍‌ ସିରଫ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ଅଶୋକ କୁମାର ସେଠଙ୍କ ନିର୍ଦ୍ଦେଶାନୁଯାୟୀ ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଏହି କ୍ରମରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ସମ୍ବଲପୁର ଅବକାରୀ ବିଭାଗର ସଦର- ୧ର ଥାନାଧିକାରୀଙ୍କ ନେତୃତ୍ୱରେ ଅଇଁଠାପାଲି ଥାନା ଅର୍ନ୍ତଗତ ଦାନିପାଲି ଅଞ୍ଚଳରେ ଶନିବାର ସକାଳ ସମୟରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ଓ ଚେକିଂ ସମୟରେ ସେହି ଅଞ୍ଚଳ ନିବାସୀ ଭୋଲା ମୁଣ୍ଡାଙ୍କ ନିକଟରୁ ଅବକାରୀ ଦଳ ୧୮୮ଟି ଭର୍ତ୍ତି କଫ୍‌ ସିରଫ ବୋତଲ ଜବତ କରିଥିଲା । ଅଭିଯୁକ୍ତ ବେଆଇନ ଭାବରେ ନିଶା ଦ୍ରବ୍ୟ ଗୁଡିକୁ ଚାଲାଣ କରୁଥିବାରୁ ସେଗୁଡିକୁ ଜବତ କରାଯାଇ ଅଭିଯୁକ୍ତଙ୍କୁ ଅବକାରୀ ଦଳ ଗିରଫ କରିଥିଲା । ଏ ସର୍ମ୍ପକରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମୁଣ୍ଡାଙ୍କୁ ଶନିବାର ଅଦାଲତକୁ ଚାଲାଣ କରାଯାଇଛି ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

error: Content is protected !!