ଦୁଷ୍କର୍ମ ଅଭିଯୋଗରେ ଲାଇନମେନ୍‌ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୋଗ ପରେ ରମ୍ଭା ଥାନା ପୋଲିସ କେଶ ନ ୪୦୨ରେ ମାମଲା ରୁଜୁ କରିବା ସହ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଆଇଆଇସି ପି ସୁରୂପ କିଷାନ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ପୁରୁଣାବନ୍ଧ ଗ୍ରାମର ଲାଇନମେନ କୃଷ୍ଣ ଚନ୍ଦ୍ର ବେହେରା ବୋଲି ରମ୍ଭା ଥାନା ପୋଲିସ ପକ୍ଷରୁ କୁହାଯାଇଛି । ଅଭିଯୁକ୍ତ ଜଣକ ହୁମା ବିଦ୍ୟୁତ ସେକ୍ସନରେ କାର୍ଯ୍ୟରତ ବୋଲି ଜଣାପଡିଛି । ରମ୍ଭା ପୋଲିସର ସୂଚନା ଅନୁଯାଇ ସମୁଦ୍ରକୁ ଲାଗି ରହିଥିବା ପୋଡ଼ମପେଟା ଗ୍ରାମରେ ରହୁଥିବା ମହିଳାଙ୍କୁ ଘରେ କେହି ନ ଥିବା ସୁଯୋଗ ନେଇ ଅଭିଯୁକ୍ତ ବ୍ୟକ୍ତି ଜଣକ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା । ପୂର୍ବରୁ ଉକ୍ତ ଯୁବକ ଏଟିଏମ ଲୁଟ ଘଟଣାରେ ଗିରଫ ହୋଇଥିଲା । ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ କହିଛନ୍ତି ।

Leave A Reply

Your email address will not be published.