ଚାଲାଣ ବେଳେ ଧରାପଡିଲା ବିଦେଶୀ ମଦ : ୧ ଗିରଫ

ଟିଟିଲାଗଡ, (କେପିଏନ୍‌ଏସ୍‌) : ବେଆଇନ୍‌ ଭାବେ ବିଦେଶୀ ମଦ ଚାଲାଣ ହେଉଥିବା ବେଳେ ଟିଟିଲାଗଡ ଅବକାରୀ ବିଭାଗ ଜବତ କରିଛି । ଏହି କାରବାରରେ ଚିତ୍ର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି । ଅବକାରୀ ବିଭାଗ ଠାରୁ ମିଳିଥିବା ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ସେଁପୁର ଅଞ୍ଚଳରୁ ଟିଟିଲାଗଡ ବ୍ଲକ ଅଞ୍ଚଳକୁ ଏକ ବାଇକ୍‌ ଯୋଗେ ବିଭିନ୍ନ ପ୍ରକାର ବିଦେଶୀ ମଦ ଚାଲାଣ ହେଉଥିଲା । ଅବକାରୀ ବିଭାଗ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ସମୟରେ ଲେସୁନବାହାଲି ଗାଁ ନିକଟରେ ଉକ୍ତ ବାଇକ୍‌(ଓଡି୦୮ଆର୍‌୩୮୧୬)କୁ ଧରିଥିଲେ । ବାଇକ୍‌ରୁ ୨୨.୧ ଲିଟର ବିୟର ଓ ୪.୫ ଲିଟର ବିଦେଶୀ ମଦ ଜବତ କରିଥିଲେ । ବାଇକ୍‌ରେ ଥିବା ଦୁଇଜଣଙ୍କ ମଧ୍ୟରୁ ଚାଳକ ଫେରାର୍‌ ହୋଇ ଯାଇଥିବା ବେଳେ ଚିତ୍ର ଧରାପଡିଥିଲେ । ଏନେଇ ଏକ କେସ୍‌ ନଂ ୧୧ରେ ଏକ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.