ବେଆଇନ ମଦ ବିକ୍ରିରେ ୫ ଜଣ ଗିରଫ, ୨ କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅଞ୍ଚଳରେ ସୋମବାର ବେଆଇନ ଦେଶୀ ବିଦେଶୀ ମଦ ବିକ୍ରୟ କରୁଥିବା ଅଭିଯୋଗରେ ଲାଠୋର ପୋଲିସ ଦେଶୀ ଓ ବିଦେଶୀ ମଦ ୬୭. ୫୨୦ ଲିଟର ମଦ ଜବତ କରି ୫ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣଙ୍କୁ ନୋଟିସ ଦେଇ ଛାଡିଦେଇଥିବା ପୋଲିସ ସୂତ୍ରରୁ ଜଣାପଡିଛି । ବେଆଇନ ନିଶା କାରବାର ବନ୍ଦ କରିବା ପାଇଁ ଲାଠୋର ନୂତନ ଥାନାଧିକାରୀ ରମାକାନ୍ତ ସାହୁ ଅଞ୍ଚଳରେ ପ୍ରଖ୍ୟାତ । ସେ ତାଙ୍କର ଏକ୍ସନ ଷ୍ଟାର୍ଟ କରିଛନ୍ତି । ସୋମବାର ବେଆଇନ ଭାବେ ଦେଶୀ ବିଦେଶୀ ମଦ ବିକ୍ରି କରୁଥିବା କିଛି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଲାଠୋର ବସଷ୍ଟାଣ୍ଡରେ ବେଆଇନ ଭାବେ ମଦ ବିକ୍ରି କରୁଥିବା ସନ୍ତୋଷ ମେହେର, ଜଲପାଖେର ଗ୍ରାମର ସଂକୀର୍ତ୍ତନ ମେହେରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପିପଲବାହାଲ ଗାଁର ଇନ୍ଦ୍ରମଣି ପୁଟେଲ, ଝଲିଆଲିଟି ଗ୍ରାମର ଭଗବାନ ମେହେର ଏବଂ ପୁରନ୍ଦର ମେହେରକୁ ନୋଟିସ ଦେଇ ଛାଡ଼ିଥିବା ଲାଠୋର ଏସ୍‌ଆଇ ଶେଷଦେବ ସେଠ୍ ସୂଚନା ଦେଇଛନ୍ତି । ଏନେଇ ଲାଠୋର ଥାନା କେସ ନଂ ୧୬୨/୨୦୨୫, ୧୬୩/୨୦୨୫, ୧୬୪/୨୦୨୫, ୧୬୫/୨୦୨୫ ଏବଂ ୧୬୬/୨୦୨୫ରେ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

Leave A Reply

Your email address will not be published.